ଅଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ୍ : କଟକ ମହିଳା ଏକାଦଶକୁ ହରାଇ ଯାଜପୁର ମହିଳା ଏକାଦଶ ବିଜୟୀ

ଯାଜପୁର-୧୪/୧୧(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ମହୋସôବ ପଡିଆରେ ଅନୁଷ୍ଠିତ ହେଉଥିବା ୮ମ ବାର୍ଷିକୀ ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମହିଳା ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଯାଜପୁର ମହିଳା ଏକାଦଶ କଟକ ମହିଳା ଏକାଦଶକୁ ୭୪ରନ୍ରେ ପରାସ୍ତ କରିଛି । ପ୍ରଥମେ ଯାଜପୁର ଏକାଦଶ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧରିତ ୨୦ ଓଭର ଖେଳରେ ୫ଉଇକେଟ ହରାଇ ୧୬୮ରନ୍ ସଂଗ୍ରହ କରିଥିଲା । ଦଳପକ୍ଷରୁ ପ୍ରଜ୍ଞା ମହାନ୍ତି ସର୍ବାଧିକ ୭୨ ଓ ସୁମିତ୍ରା ସାହୁ ବ୍ୟକ୍ତିଗତ ୩୬ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ କଟକ ପକ୍ଷରୁ ଗଙ୍ଗୋତ୍ରୀ ବେହେରା ୨୦ ରନ୍ ଦେଇ ୨ଟି ଓ ଶୁଭ୍ରା ସ୍ୱାଇଁ ୧୬ ରନ୍ ଦେଇ ଗୋଟିଏ ଉଇକେଟ ହାସଲ କରିଥିଲେ । ଏହାର ଜବାବରେ କଟକ ମହିଳା ଏକାଦଶ ୧୯.୧ଓଭର ଖେଳି ୯୪ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲେ । କଟକ ପକ୍ଷରୁ ଶୁଭଲକ୍ଷ୍ମୀ ରାଉତ୍ ସର୍ବାଧିକ ୨୯ରନ୍ କରିଥିବା ବେଳେ ମଧୁସ୍ମିତା ବେହେରା ୧୯ ରନ୍ କରିଥିଲେ । ବିଜୟୀ ଦଳପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରଧାନ ୧୧ରନ୍ ଦେଇ ୨ଟି ଓ ତନ୍ମୟୀ ବେହେରା ୧୬ରନ୍ ଦେଇ ୨ଟି ଉିକେଟ ହାସଲ କରିଥିଲେ । ବିଜୟୀ ଯାଜପୁର ଦଳପକ୍ଷରୁ ପ୍ରଜ୍ଞା ମହାନ୍ତିଙ୍କ ଚିତକର୍ଷକ ବ୍ୟାଟିଂ ପାଇଁ ଆଜିର ଅତିଥି ଇନର୍ ହୁଇଲ୍ କ୍ଳବର ପୂର୍ବତନ ଅଧ୍ୟକ୍ଷା ନଳିନୀ ମହାପାତ୍ର,ସମାଜସେବୀ ନମ୍ରତା ଚଢା ଜାରକା ଇନର୍ ହୁଇଲ୍ କ୍ଳବର ସଭାପତି ମିନତୀ ସାହୁ ପୂର୍ବତନ ସଭାପତି ମାଧୁରି ଶତପଥୀ ଯୋଗ ଦେଇ ଓମେନ୍ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ । ଆଜିର ଖେଳକୁ ସୁବ୍ରତ ଜେନା ଓ ରମେଶ ମହାରଣା ପରିଚାଳନା କରିଥିବା ବେଳେ ଶୁଭ୍ରଜିତ୍ ଦାସ ଓ ଚିତ୍ତରଂଞ୍ଜନ ମହାନ୍ତି ସ୍କୋରରେ ସହାୟତା କରିଥିଲେ । ଆସନ୍ତାକାଲି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ଇଷ୍ଟକୋଷ୍ଟ ରେଲୱେ , ଖୋର୍ଦ୍ଧା କଟକର ରାଇଜିଂ ଷ୍ଟୁଡେଣ୍ଟ କ୍ଳବ୍କୁ ଭେଟିବ ବୋଲି ଅଂଶୁମାନ ମେମୋରିଆଲ୍ ଟ୍ରଷ୍ଟର ଉପାଧକ୍ଷ ହିମାଂଶୁ ଶେଖର ସାହୁ ଆମ ପ୍ରତିନିଧିକୁ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *