ଓଡ଼ିଶା

ଅଶାନ୍ତ କୃଷ୍ଣାନନ୍ଦପୁର: ଗୁଳିକାଣ୍ଡ ଘଟଣାର୧୭ ଦିନପରେ ପୋଲିସ ହାତ ଖାଲି କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାରୋକ୍

ତିର୍ତ୍ତୋଲ ୧୩-୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତରେ ଚଳିତ ବର୍ଷ ଫେବୃଆରୀ ୨୩ ତାରିଖ ରାତି ପ୍ରାୟ ଆଠଟା ହେବ, ଦୁବୃତ୍ତ ମାନଙ୍କ ଗୁଳିରେ ଦୁଇ ଯୁବକ ଆହତ ହୋଇଥିବା କୃଷ୍ଣାନନ୍ଦପୁର ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। କୃଷ୍ଣାନନ୍ଦପୁର ଗ୍ରାମର ତବରେଜ୍ ଅହମଦ୍ ବସନ୍ତ ଛକ ଆଖୁନ୍ମହଲା ଗ୍ରାମ ପାନ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ କୃଷ୍ଣାନନ୍ଦପୁର ଗ୍ରାମର ଚାରିଜଣ ଦୁବୃତ୍ତ ଦୁଇଟି ବାଇକ୍ ଯୋଗେ ଆସି ତବରେଜଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ନିକଟରେ ଛିଡ଼ା ହୋଇଥିବା ଆଖୁନ୍ ମହଲା ଗ୍ରାମର ପିଣ୍ଟୁ ଏହାର ପ୍ରତିବାଦ କରିବାରୁ ଦୁବୃତ୍ତ ମାନେ ତାଙ୍କ ଉପରପୁ ଏକ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଗୁଳିଟି ପିଣ୍ଟୁଙ୍କ ମୁଣ୍ଡରେ ନବାଜିଥିଲେ ମଧ୍ୟ ଗୁଳି ଶବ୍ଦରେ ପିଣ୍ଟୁ ଆହତ ହୋଇଥିଲେ। ଦୁବୃତ୍ତମାନେ ତବରେଜଙ୍କୁ ନିକଟରେ ଥିବା ମହାନଦୀ ବନ୍ଧକୁ ଟେକିନେଇ ବାଇକ୍ ଚେନ୍ ଓ ରଡ଼୍ରେ ନିସ୍ତୁକ ମାଡ଼ ମାରିଥିଲେ। କୃଷ୍ଣାନନ୍ଦପୁର ଥାନା ତରଫରୁ ପେଟ୍ରୋଲିଂ ·ଲୁଥିବା ବେଳେ ସେହିବାଟ ଦେଇ ଥାନା ଗାଡ଼ି ଆସିବାରୁ ଦୁବୃତ୍ତ ମାନେ ତବରେଜ୍ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ତବରେଜଙ୍କ ବାମପଟ ହାତ ପାପୁଲିରେ ବାଜିଥିଲା। ପୁଲିସ୍ ଆସିବାର ଦେଖି ଘଟଣା ସ୍ଥଳରୁ ଦୁବୃତ୍ତ ମାନେ ବାଇକ୍ ଯୋଗେ ଫେରାର୍ ହୋଇଯାଇଥିଲେ। ପିଣ୍ଟୁଙ୍କୁ ସ୍ଥାନୀୟ କୃଷ୍ଣାନନ୍ଦପୁର ମେଡ଼ିକାଲ୍କୁ ନିଆଯାଇଥିବା ବେଳେ ତବରେଜଙ୍କୁ ଚିକିତ୍ସା ପାଇଁ ପୋଲିସ ରଘୁନାଥପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତବରେଜ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। କୃଷ୍ଣାନନ୍ଦପୁରରେ ଶାସକଦଳର ଦୁଇଗୋଷ୍ଠି ଥିବାରୁ ବାରମ୍ବାର ଏହି ପଞ୍ଚାୟତରେ ବୋମାମାଡ଼, କାରପୋଡ଼ି, ଗୁଳିକାଣ୍ଡ ପ୍ରଭୃତି ଅନେକ ଅପରାଧିକ ଘଟଣା ଘଟୁଥିବା ପୋଲିସ୍ ରେକର୍ଡରେ ରହିଆସିଛି। ଏହି ଘଟଣାକୁ ନେଇ ତବରେଜ ଅହମଦଙ୍କ ଭାଇ ସେଖ୍ ତରବିର ଅହମଦ କୃଷ୍ଣାନନ୍ଦପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ସତ୍ରୁତାକୁ ନେଇ ଏହିଭଳି ଘଟଣା ଘଟିଥାଏ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ତନବୀର ତାଙ୍କ ଭାଇକୁ କୃଷ୍ଣାନନ୍ଦପୁର ଅଞ୍ଚଳର ସେଖ୍ ହଜିକୁଲ, ସେଖ୍ ସିକନ୍ଦର ବାଦସା, ସେଖ୍ ରିଜିଆନ୍, ସେଖ୍ ବରକତ ଅଲ୍ଲୀ ତାଙ୍କ ଭାଇଙ୍କୁ ଆକ୍ରମଣ କରିଥିବା ଫାଣ୍ଡିରେ ଅଭିଯୋଗ କରାଯାଇଥିଲେ ସୁଧା ଆଜକୁ ୧୭ ଦିନ ହୋଇଗାଲାଣି ଅପରାଧିମାନଙ୍କର ଟେର୍ ପାଉନାହିଁ ପୋଲିସ୍। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବି.ଏନ୍. ମିଶ୍ର, ଏସ୍.ଡ଼ି.ପିଓ. ଶିବ ଚରଣ ମଲ୍ଲିକ, ତିର୍ତ୍ତୋଲ ଥାନା ଅଧିକାରୀ ବଳରାମ ନାୟକ, ଫାଣ୍ଡି ଅଧିକାରୀ ଅନିରୁଦ୍ଧ ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଥିଲେ। କେଶ୍ ନଂ ୫୪/୧୮ ରେ ଏକ ମାମଲା ରଜୁ କରି ପୋଲିସ୍ ଚୁପ୍ଚାପ ବସିଯାଇଥିବା କୃଷ୍ଣାନନ୍ଦପୁର ଗ୍ରାମବାସୀ ଅଭିଯୋଗ ଉଠଇଛନ୍ତି। ଯଦି ୧୫ ତାରିଖ ମଧ୍ୟରେ ପୋଲିସ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ନକରାଯାଏ ତେବେ କୃଷ୍ଣାନନ୍ଦପୁର ସାଇଫନ ଛକରେ ରାସ୍ତାରୋକ କରାଯିବବୋଲି ଗ୍ରାମବାସୀ ତରଫରୁ ଚେତାବନୀ ଦିଆଯାଇଛି। ଏହାର ନକଲ କପି ଜଗତସିଂହପୁର ଜିଲ୍ଲାପାଳ, ତିର୍ତ୍ତୋଲ ତହସିଲଦାର, ତିର୍ତ୍ତୋଲ ଏସ୍.ଡ଼ି.ପି.ଓ., ତିର୍ତ୍ତୋଲ ଥାନାଅଧିକାରୀଙ୍କୁ ଦିଆଯାଇଛି। ଏ ସମ୍ପର୍କରେ ତିର୍ତ୍ତୋଲ ଏସ.ଡ଼ି.ପି.ଓ ଶିବ ଚରଣ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ଅପରାଧିମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଖୁବ୍ ଶୀଘ୍ର ଅପରାଧିମାନଙ୍କୁ ଗିରଫ କରାଯିବବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top