ଜିଲ୍ଲା ପରିକ୍ରମା

ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଭଦ୍ରକରେ ଶାନ୍ତି ବଜାୟ ରଖିବାକୁ ନିବେଦନ

ଭଦ୍ରକ, ୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାମନବମୀ ପାଳନକୁ ନେଇ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ, ଯିଏକି ଧର୍ମକୁ ନେଇ ରାଜନୀତି କରେ। ଦେଶରେ ଧର୍ମ – ଧର୍ମ ମଧ୍ୟରେ ଘୃଣା ଭେଦଭାବ ସୃଷ୍ଟି କରି ସାଧାରଣ ଲୋକଙ୍କୁ ଅନ୍ଧକାର ମଧ୍ୟରେ ହଜାଇ ଦେଇ ସେମାନଙ୍କ ବିବେକକୁ ବିପଥଗାମୀ କରାଇ ଦଙ୍ଗା ସୃଷ୍ଟି କରିବାର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ସେଇମାନେ ଆଜି ଭଦ୍ରକରେ ପରମ୍ପରା ନାମରେ ପୁଣି ସାଂମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବାର ସୁରାକ ପାଇ ଜିଲ୍ଲା ପ୍ରଶାସନ ଗତବର୍ଷର କାହାଣୀର ପୁନରାବୃତ୍ତି ନକରିବା ପାଇଁ ଭଦ୍ରକ ସହରରେ ୧୪୪ ଧାରା ଜାରି କରିବା ସ୍ୱାଗତଯୋଗ୍ୟ। ସାଧାରଣ ଲୋକେ ମାସ ମାସ ଧରି କର୍ଫୁ୍ୟକୁ ଭଦ୍ରକ ସହରରେ ଦେଖିବାକୁ ଚାହୁଁନା। ଯେଉଁମାନେ ଦର୍ମପାଳନ କରିବାକୁ ଚାହୁଁଛନ୍ତି ସେମାନେ ମନ୍ଦିର, ମସ୍ଜିତ୍, ଗିରିଜା ଗୁରୁଦ୍ୱାରରେ ସେମାନଙ୍କର ପ୍ରିୟ ଆରାଧ୍ୟ ଦେବତାଙ୍କୁ ପୂଜନ କରନ୍ତୁ। ଘରେ ଘରେ ଶ୍ରୀରାମଙ୍କ ରାମନବମୀ ମହୋସ୍ôବ ପାଳନ କରନ୍ତୁ କିମ୍ବା ମସ୍ଜିତ୍ରେ ମହରମ୍ ପାଳନ କରନ୍ତୁ। ସର୍ବସାଧାରଣରେ ପଟୁଆର ନକଲେ କଣ ଧର୍ମ ପାଳନ ହୋଇପାରିବ ନାହିଁ ? ଆଉ ସେହି ପଟୁଆର ସମୟରେ ବିସ୍ପୋରଣକାରୀ ସ୍ଲୋଗାନ ଦେଇ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ମଧ୍ୟ ଦେଇ ଦଙ୍ଗା ସୃଷ୍ଟି କରିବାର ପ୍ରୟାସ କରିବାର କଣ ଆବଶ୍ୟକ ଅଛି ? ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ ପାଢୀ, ଗିରିଧାରୀ ନାଥ, ଅଗଣି ଚରଣ ଜେନା, ପ୍ରହ୍ଲାଦ ପତି, ପ୍ରଫେସର ଅଟଳ ବିହାରୀ ନାୟକ, ଗଦାଧର ବଳ, ଦୁର୍ଯେ୍ୟାଧନ ନାୟକ, ନିଶିକାନ୍ତ ନାୟକ, ଏସଏମ ଫାରୁକ୍, ଦିଗମ୍ବର ନାୟକ, ପୁର୍ଣ୍ଣଚନ୍ଦ୍ର ମହାନ୍ତି, ଅର୍ଣ୍ଣପୁର୍ଣ୍ଣା ସାହୁ, କ୍ଷୀରୋଦ କୁମାର ସାମଲ, ବୀନୟ ସ୍ୱାଇଁ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କି ଏପରି ଏକ ପଦକ୍ଷେପ ନିଆ ଯାଉ ଯାହାକି ଭଦ୍ରକରେ ଶାନ୍ତି ବଜାୟ ରଖିବା ସହ କୌଣସି ହିଂସାକାଣ୍ଡ ସୃଷ୍ଟି ନ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top