ଅଲ ଇଣ୍ଡିଆ ମାଲାୟଲମ ଆସୋସିଏସନର ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାଲାୟଲମ ଭାଷାଭାଷୀ ମାନଙ୍କର କଠିନ ପରିଶ୍ରମ ପାଇଁ ସେମାନେ ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ
– ମାଲାୟଲମ ଓ ଓଡିଆ ସଂସ୍କୁତି ମଧ୍ୟରେ ବହୁତ ସମାନତା ରହିଛି
– କୁଶଳୀ କାର୍ଯ୍ୟ ଓ ପରିଶ୍ରମ ପାଇଁ କେନ୍ଦ୍ରମନ୍ତ୍ରୀ କଲେ ପ୍ରଶଂସା
ଭୁବନେଶ୍ୱର, ୮ ଜୁଲାଇ (ଓଡ଼ିଆ ପୁଅ) -ମାଲାୟଲମ ଓ ଓଡିଆ ସଂସ୍କୁତି ମଧ୍ୟରେ ବହୁତ ସମାନତା ରହିଛି। ସେ ସାଂସ୍କୁତିକ କ୍ଷେତ୍ର ହେଉ ଅବା ଧାର୍ମିକ ଅଥବା ସାମାଜିକ ଚାଲିଚଳଣୀ ସବୁକ୍ଷେତ୍ରରେ ଆମର ସାମଞ୍ଜସ୍ୟ ରହିଛି। କେରଳର ମାଲାୟଲମ ଭାଷାଭାଷୀ ମାନଙ୍କର ପରିଶ୍ରମ ପାଇଁ ସେମାନଙ୍କର ଦେଶ ବିଦେଶରେ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅଲଇଣ୍ଡିଆ ମାଲାୟଲମ ଆସୋସିଏସନର ୧୧ ତମ ବାର୍ଷିକ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ବୁଲିଛନ୍ତି। ସବୁଠି ମାଲାୟଲମ ଭାଷାଭାଷୀ ଲୋକଙ୍କର କାର୍ଯ୍ୟ ମଧ୍ୟ ଦେଖିଛନ୍ତି। ଦେଶ ହେଉ ଅବା ଦେଶ ବାହାରେ ଅଧିକାଂଶ ସ୍ଥାନରେ ମାଲାୟଲମ ଭାଷାଭାଷୀ ଜନସାଧାରଣ ଇଂରାଜୀ ଶିକ୍ଷକ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ଶିକ୍ଷା ଠାରୁ ଆରମ୍ଭ କରି ଉଦ୍ୟୋଗୀ କ୍ଷେତ୍ରରେ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ସେ କହିଥିଲେ। କୁଶଳୀ କାର୍ଯ୍ୟ ଓ ପରିଶ୍ରମ ପାଇଁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଏହି ଅବସରରେ ପ୍ରଂଶସା କରିଥିଲେ। କେରଳ ରାଜ୍ୟ ବିକାଶ ତଥା ଉଦ୍ୟୋଗୀ ମାନଙ୍କର ରାଜ୍ୟ। ସେ ଖାଦ୍ୟ ପ୍ରକ୍ରିୟା କରଣ ହେଉ ଅବା ଇଂଜିନିୟରିଂ କ୍ଷେତ୍ରରେ ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଛି। ଓଡିଶାରେ ବ୍ୟାପକ ଭୌଗଳିକ ସୀମା, ପ୍ରାକୃତିକ ସମ୍ପଦ ଭରିରହିଥିବା ବେଳେ ଓଡିଶା ସହ ଯୋଡି ହୋଇ କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

ଓଡିଶାରେ ଏଭଳି ଏକ କାଯ୍ୟକ୍ରମ କରିଥିବା ହେତୁ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାଲାୟଲମ ଭାଷାଭାଷୀଙ୍କର ଓଡିଶାରେ ମହାବାତ୍ୟା ସମୟରେ ଯୋଗାଇଥିବା ସେବାର ଭୂୟଶୀ ପ୍ରଂଶସା କରିଥିଲେ। ଏପରିକି ଓଡିଶାର ଉପାନ୍ତ ଅଂଚଳରେ ମଧ୍ୟ ସେମାନଙ୍କର ସେବାମନୋବୃତି କାମକୁ ତାରିଫ କରିଥିଲେ। ଓଡିଶାରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ କେରଳକୁ ଆୟାପାଙ୍କ ଦର୍ଶନ କରିବା କୁ ଯାଇଥାନ୍ତି। ଅଲଇଣ୍ଡିଆ ମାଲାୟଲମ ଆସୋସିଏସନ ଓଡିଶା ଶାଖାର କାର୍ଯ୍ୟକୁ ପ୍ରଂଶସା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ମାନବୀୟ ଆଧାରରେ ଅଧିକାଂଶ କାମ କରୁଛନ୍ତି। ଚେନାଇର ବନ୍ୟା ହେଉ ଅବା ବିହାର ବନ୍ୟା ବିତ୍ପାତ ସେ ସମୟରେ ସେମାନେ ସହଯୋଗର ହାତ ବଢାଇଛନ୍ତି।

Leave a Reply

Your email address will not be published. Required fields are marked *