ଅଲ ଇଣ୍ଡିଆ ତବଲିଗେ ସିରତକା ଏକ ରୋଜା ତରବିୟତି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଦିଲାରପୁରର ଦାରୁଲ ଓଲୁମ ହନଫିଆ ପରିସରରେ ଅଲ ଇଣ୍ଡିଆ ତବଲିଗେ ସିରତକା ଏକ ରୋଜା ତରବିୟତି କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ମୈାଲାନା ଖଲିଲ ମିସବାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅଲ ଇଣ୍ଡିଆ ତବଲିଗେ ସିରତକା ଏକ ରୋଜା ତରବିୟତି କାର୍ଯ୍ୟକ୍ରମ ଆସନ୍ତାଫେବୃଆରିମାସ ୧୮ ତାରିଖରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁର ଇମଲି ବାଡିରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ହଜାର ମୁସଲିମ ପୁରୁଷ ଓ ମହିଳା ଧର୍ମାବଲମ୍ବିମାନେ ଯୋଗଦେଇ ଇସଲାମ ଧର୍ମ ସମ୍ପର୍କରେ ଜ୍ଞାନ ଆହାରଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ କେନ୍ଦ୍ରାପଡା ସୁନି ତଜିମୁଲ ଓଲମାର ସମ୍ପାଦକ ମୈାଲାନା ଗୁଲାମ ମୁସ୍ତଫା ସାହେବ, ମୁଫତି ମୁସାରଫ ସାହେବ, ମୈାଲାନା ଫୁରଖାନ, ମୈାଲାନା ତବରେଜ ଆଲମ ମିସବାହୀ, ହାଫିଜ କମାଲୁଦିନ ହବିବ କାରି ମନୋୱାର, ମୈାଲାନା ଫକିରୁଦିନ ଆସୀ, ମୈାଲାନା ଫୟାଜ ସାହବ, ମୈାଲାନା ଅବଦୁଲ ସଲାମ, ମୈାଲାନା ଫଇଜୁଲ ହବୀବ, ମୈାଲାନା ଖୁର୍ସିଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *