ଜିଲ୍ଲା ପରିକ୍ରମା

ଅଲିଭରିଡଲେଙ୍କ ସୁରକ୍ଷାରେ ଚାନ୍ଦବାଲି ବନବିଭାଗ : ଉଜ୍ଜଳ ଆଲୋକ ପ୍ରତିବନ୍ଧକ ସାଜିଛି ମିଳନରେ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହଜାର ହଜାର କିଲୋମିଟର ଅତିକ୍ରମ କରି  ଜଳବାୟୁ ପରିବର୍ତନ କରି ଲକ୍ଷ ଲକ୍ଷ ଅଲିଭରିଡଲେ ଗହୀରମଥା କୁ ଅଣ୍ଡାଦାନର ପ୍ରକୋଷ୍ଠସ୍ଥାନ ବୋଲି ଭାବି ନେଇଥିବା ବେଳେ ରାଜ୍ୟ ବନବିଭାଗ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଗଭର ହୋଇ ଉଠିଛି ।ପ୍ରତିବର୍ଷ କଇଁଛ ଗୁଡିକ  ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସି ସେଠାରେ ମିଳନ ହେବା ପରେ ଅଣ୍ଡାଦାନ କରିଥାନ୍ତି ଏବଂ ଏହି ଅଣ୍ଡାଦାନ ପରେ ପୁନଶ୍ଚ କଇଁଛ ଗୁଡିକ ସୁଦୂର ଭାରତ ମହାସାଗର, ଆଟଲାଂଟିକ ମହାସାଗରକୁ ପ୍ରତ୍ୟାବର୍ତନ କରିଥାନ୍ତି । ଏହି କଇଁଛ ମାନଙ୍କ ମିଳନ ପ୍ରକ୍ରିୟା ଏବଂ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଭଦ୍ରକ ବନ ବିଭାଗ ବାବୁବାଲି ଠାରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଛି । ବାବୁବାଲି ଅଂଚଳକୁ ବହୁ କଇଁଛ ଆସୁଥିବା ବେଳେ ନଭେମ୍ବର ମାସ ୧ତାରିଖ ଠାରୁ ଏହି ଅଂଚଳରେ ମାଛଧରାକୁ ସଂପୂର୍ଣ ବନ୍ଦ କରାଯାଇଛି । ସମୁଦ୍ର ମଧ୍ୟରେ ବାବୁବାଲି ଏବଂ ଉପକୂଳ ଅଂଚଳରେ କଇଁଛ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଧାମରା,କାଳିନାଳୀ, ଚନ୍ଦନୀପାଳ ଓ କରଞମାଳ ଠାରେ ସୁରକ୍ଷାକେନ୍ଦ୍ର ସ୍ଥାପିତ ହୋଇଛି । ଚାନ୍ଦବାଲି ବନବିଭାଗ ରେଞରଙ୍କ ଅଧିନରେ ସମୁଦାୟ ୬ଟି ସୁରକ୍ଷା ଟିମ ଗଠିତ ହୋଇଛି । ଗୋଟିଏ ଗୋଟିଏ ଟିମରେ ଜଣେ ରେଞର,୨ବନପାଳ, ୪ଜଣ ବନରକ୍ଷୀ ଏବଂ ୫ଜଣ ଗୃହ ବିଭାଗର କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କଇଁଛ ସୁରକ୍ଷା ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇ ମାର୍ଚ ୩୦ ପର୍ଯ୍ୟନ୍ତ ଚାଲିବ । ୨୦୧୬-୧୭ରେ ଗହୀରମଥାରେ ୬ଲକ୍ଷ ୪ହଜାର କଇଁଛ ଅଣ୍ଡାଦାନ କରିବାକୁ ଆସିଥିବା ବେଳେ ୨୦୧୭-୧୮ ବର୍ଷରେ ଏହି ସଂଖ୍ୟା  ୬ଲକ୍ଷ ୬୪ହଜାର ୮ଶହକୁ ବୃଦ୍ଧି ପାଇଥିଲା । ଗହୀରମଥା ଅଭୟାରଣ୍ୟ ଅଣ୍ଡାଦାନ ପାଇଁ ପ୍ରକୋଷ୍ଠ ସ୍ଥାନ ହୋଇଥିବା ବେଳେ ଏହି ଅଭୟାରଣ୍ୟ ନିକଟସ୍ଥ ବାବୁବାଲିକୁ ସବୁଠାରୁ ଅଧିକ ସଂଖ୍ୟକ କଇଁଛ ଆସିଥାନ୍ତି ବୋଲି ଚାନ୍ଦବାଲି ବନବିଭାଗ ନିକଟରୁ ପ୍ରକାଶ । ବିଗତ ବର୍ଷ ମାନଙ୍କରେ ବାବୁବାଲି କୁ ଏହି କଇଁଛ ମାନେ ନିରାପଦ  ସ୍ଥାନ ଭାବେ ନିର୍ଭର କରି ପ୍ରାଥମିକ ଭାବରେ ମିଳନ ଏବଂ ପରେ ଅଣ୍ଡାଦାନ କରୁଥିବା ବେଳେଧାମରା ବନ୍ଦରର ଏବଂ କାଲାମ ଦ୍ୱୀପର ଉଜ୍ଜଳ ଆଲୋକ ଏହି କଇଁଛ ମାନଙ୍କର ମିଳନ ପ୍ରକ୍ରିୟାକୁ ବାଧା ଉପୁଜାଉଥିବା ବନ ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ।ଆଗାମୀ ଦିନରେ ଏହି ଉଜ୍ଜଳ ଆଲୋକର ବ୍ୟବସ୍ଥାକୁ କମ କରିବା ପାଇଁ ଧାମରା ବନ୍ଦର ତଥା ପ୍ରତିରକ୍ଷା  ଅଧିକାରୀଙ୍କୁ ଚିଠି କରିବା ପରେ ଏହି ବ୍ୟବସ୍ଥାର କିଛି ସୁଧାର ଆସିଥାଏ ବୋଲି ଭଦ୍ରକ ଡିଓଫଓ ଅମ୍ଳାନ ନାୟକଙ୍କ ନିକଟରୁ ପ୍ରକାଶ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top