ଓଡ଼ିଶା

ଅର୍ଦ୍ଧଦଗ୍ଧ ମହିଳାଙ୍କ ଶବ ଉଦ୍ଧାର: ବଳାତ୍କାର ପରେ ଜାଳି ମାରି ଦେଇଥିବା ସନ୍ଦେହ

ବାରିପଦା ୭-୧୧-(ଓଡ଼ିଆ ପୁଅ/ସନ୍ତୋଷ ବରଜ) ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରାଯାଇଛି। ହତ୍ୟାପରେ ପେଟ୍ରୋଲ ଲଗାଇ ଜାଳିଥିବା ସନ୍ଦେହ କରାଯାଉଛି। ରାସଗୋବିନ୍ଦପୁର ଏୟାରଷ୍ଟ୍ରୀପ ନିକଟ କୁସୁମବନ୍ଦୀରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ମୋରୋଡା ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି କିଛି ସ୍ଥାନୀୟ ଲୋକେ ଗୋରୁ ଚରାଇ ଯାଉଥିବା ବେଳେ ଜଣେ ମହିଳାଙ୍କର ଅର୍ଦ୍ଧଦଗ୍ଧ ଶରୀର ଦେଖିଥିଲେ। ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ପ୍ରାରମ୍ଭିକ ତଦନ୍ତରୁ ସନ୍ଦେହ କରା ଯାଉଅଛିଯେ, ଯୁବତୀଙ୍କୁ କିଛି ଦୁର୍ବୃତ୍ତ ବଳାତ୍କାର ପରେ ଉକ୍ତ ଘଟଣା ଘଟାଇଛନ୍ତି। ଅନୁସନ୍ଧାନ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଆସୁଥିବାର ସୂଚନା ମିଳୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top