ଅର୍ଥାଭାବରୁ କଟକ ନ ଯାଇ ବୈପାରୀଗୁଡାର ୧୧ ବର୍ଷର ଶିଶୁ କୋରାପୁଟରୁ ଗ୍ରାମକୁ ଫେରିଗଲା

କୋରାପୁଟ ; ତା୧୮-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ଗୁପ୍ତେଶ୍ୱର ପଂଚାୟତର ତାଲୁର ଗ୍ରାମର ୧୧ ବର୍ଷର ଶିଶୁ ରାମସିଂ ଦୁଆର ଅନେକଦିନ ହେବ ଡାହାଣ ଗୋଡ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରୁ ପରିବାର ଲୋକେ ଗ୍ରାମର ଦିଶାରୀଙ୍କ ଦ୍ୱାରା ଚିକିତ୍ସା କରିବା ପରେ ରୋଗ ଭଲ ହେବା ପରିବର୍ତେ ଶିଶୁକୁ ଆହୁରୀ ଅଧିକା ଯନ୍ତ୍ରଣା ଦେବାରୁ ପ୍ରଥମେ ବୈପାରୀଗୁଡା ଡାକ୍ତରଖାନାରେ ଚିକିତ୍ସାହେବା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।କୋରାପୁଟରୁ କଟକ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେବା ପରେ ପରିବାର ଲୋକେ ୧୭ ତାରିଖଦିନ ନିଜ ଇଛାରେ ଗ୍ରାମକୁ ଫେରିଯାଇଥିଲେ।ଏଠାରୁ ଗଲାପରେ ଶିଶୁଟି ଯନ୍ତ୍ରଣା ଅନୁଭବ କରିବାରୁ ପୁର୍ନବାର ବୈପାରୀଗୁଡା ଡାକ୍ତରଖାନାରେ ଆଜି ଭର୍ତି କରାଯାଇଥିଲା। ଆଜି ସଂଧ୍ୟାରେ ଶିଶୁଟି ଡାକ୍ତରଖାନାରୁ ନିଜ ସଂପର୍କିୟ ଘର ମୁଣ୍ଡାଗୁଡାକୁ ପଳେଇଯାଇଥିବା ଜଣାପଡିଛି।ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନ ଯାଇ ଗୁଣିଗାରଡି ଓ ଦିଶାରୀ ଉପରେ ନିର୍ଭର କରୁଥିବାରୁ ଏଭଳି ଘଟଣାମାନ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳୁଛି।ଜିଲ୍ଲା ପ୍ରଶାସନ ରାମସିଂର ସ୍ୱାସ୍ଥ୍ୟ ଭଲ କରିବା ନିମନ୍ତେ ତାକୁ ଗ୍ରାମରୁ କୋରାପୁଟଆଣି ଚିକିତ୍ସା କରନ୍ତି ନତୁବା କଟକ ନେଇ ଚିକିତ୍ସା କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *