ଜିଲ୍ଲା ପରିକ୍ରମା

ଅରେଇକଣା ସୋସାଇଟ୍ ରେ ଖୋଲିଲା ଧାନମଣ୍ଡି

ଯାଜପୁର, ୭/୧(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅରେଇକଣା ସେବା ସମବାୟ ସମିତି ଠାରେ ଆଜି ନୂତନ ଭାବେ ଧାନମଣ୍ଡି ଖୋଲାଯାଇଛି। ଧର୍ମଶାଳା ବ୍ଲକ୍ ଯୋଗାଣ ଅଧିକାରୀ ଜଗମୋହନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଚାଷୀମାନେ ଯେଉଁ ଧାନକୁ ଉତ୍ପାଦନ କରିଛନ୍ତି ସେମାନେ ବିକ୍ରି କରିବାକୁ ଅସୁବିଧାରେ ସମ୍ମୁଖିନ ହେଉଥିବାରୁ ରାଜ୍ୟର ସମସ୍ତ ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲା ଯିବାକୁ ନିଷ୍ପତି ନେଉଛନ୍ତି। ଉକ୍ତ ଉଦଘାଟନ ଉତ୍ସବରେ ଅରେଇକଣା ସେବା ସମବାୟ ସମିତିର ସଭାପତି ପ୍ରଶାନ୍ତ କୁମାର ରାୟ, ସରପଂଚ ରଶ୍ମିତା ତରେଇ, ପ୍ରାକ୍ତନ ସରପଂଚ ମିହିର ରାୟ, ଉପଦେଷ୍ଠା ସୁବାଷ ଚନ୍ଦ୍ର ସାହାଣୀ ସମେତ ଚାଷୀମାନେ ଯୋଗ ଦେଇଥିଲେ। ଆଜି ୧୯ ଜଣ ଚାଷୀ ୭୨୫ କ୍ୱିଂଟାଲ୍ ଧାନ ବିକ୍ରୟ କରିଛନ୍ତି ବୋଲି ସଂପାଦକ ଅଭିମନ୍ୟୁ ରାୟ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top