ଅରୁଣା ଜ୍ୟୋତି ଗବେଷଣା ମନ୍ଦିର ବାର୍ଷିକ ଉତ୍ସବ

ପୁରୀ:୨୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଅରୁଣାଜ୍ୟୋତି ଗବେଷଣା ମନ୍ଦିରର ବାର୍ଷିକ ଉତ୍ସ ଡ଼କ୍ତର କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ସଂଧ୍ୟାରେ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସରେ ଡ଼କ୍ତର ହରପ୍ରସାଦ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ପ୍ରଫେସର ବ୍ରଜକିଶୋର ସ୍ୱାଇଁ ଉଦ୍ ଘାଟନ ଓ ସୁସାନ୍ତ ସାହୁ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଡ଼କ୍ତର ଭାସ୍କର ମିଶ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସରେ ସଂପାଦକ ଅକ୍ଷମଚନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ସ୍ମରଣିକା ସମେତ ପୁସ୍ତକ ଅନୁରାଗ ପୁରୁଷୋତମ ଶ୍ରୀ ଜଗନ୍ନାଥ ଓ ପ୍ରାଚୀବିଧ୍ୟା ସଂସ୍କୃତି ଓ ଜ୍ୟେତିଷଶାସ୍ତ୍ର ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ବେଳେ ଡ଼କ୍ତର ଭାସ୍କର ମିଶ୍ର ଏହାର ସମୀକ୍ଷା କରିଥିଲେ। ଅତିଥିଗଣ ନିଜ ବକ୍ତବ୍ୟରେ ଉତ୍କଳୀୟ ପଂଜିକା ଓ ଚଳିତାରେ ଶ୍ରୀଜଗନ୍ନାଥଙ୍କ ରୀତିନୀତିକୁ ନେଇ ମିଶ୍ରିତ ଚନ୍ଦ୍ରମାସ ବ୍ୟବସ୍ଥାର ଉପସ୍ଥାପନା କରିଥିଲେ। ଏହି ଅବସରରେ ହରପ୍ରସାଦ ମିଶ୍ର, ଡ଼କ୍ତର ପୂର୍ଣ୍ରଚନ୍ଦ୍ର ଗୋଛିକାର, ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ପ୍ରାଚ୍ୟବିଧ୍ୟା ବିସାରଦ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ସହ ସାରସ୍ୱତସାଦବ ମାନଙ୍କୁ ସମ୍ମାନିତ କରାଯାଇଥିଲା। କ୍ରିଷ୍ଣା ମହାପାତ୍ର, ବିଶ୍ୱମ୍ଭର ସାହୁ, ଅନ୍ନପୂର୍ଣ୍ଣା ଦେବୀ, ବିଜୟ ଲକ୍ଷ୍ମୀ ସାହୁ, ସାରଙ୍ଗଧର ଷଡ଼ଙ୍ଗୀ, ଅଶୋକ କୁମାର ଆଢ୍ୟ, ନଳିନୀ ପଣ୍ଡା, ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *