ଅନୁଗୁଳ

ଅରା ବାଉଁଶ ବଣ ନିଆଁ ୨ଘଂଟା ପରେ ଆୟତ

 

ତାଳଚେର, ୫/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରର ଅନତି ଦୂରରେ ଥିବା ବାଉଁଶ ବଣରେ ସୋମବାର ମଧ୍ୟାହ୍ନରେ ନିଆଁ ଲାଗିଯାଇଥିଲା। ଫଳରେ ବୁଦାରେ ଅନେକ ବାଉଁଶ ହୁ ହୁ ହୋଇ ଜଳିଉଠିବା ଯୋଗୁଁ ବୁଦାଗୁଡିକ ପୋଡି ଯାଉଥିଲା। ଏହି ଘଟଣା ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁଙ୍କ ଦୃଷ୍ଟିଗୋଚର ହେବାପରେ ଉପଖଣ୍ଡ ବନାଚଂଳର ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଉପଖଣ୍ଡ ବନାଚଂଳର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବେହେରା ଅବିଳମ୍ବେ ନିଜ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇବା ସହ ତାଳଚେର ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦେଇଥିଲେ। ଏଥିସହିତ ଏମ୍.ସି.ଏଲ୍ ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ସୁରେନ୍ଦ୍ର କୁମାର ଶର୍ମାଙ୍କୁ ଘଟଣା ସମ୍ବନ୍ଧରେ ଅବଗତ କରାଇବାରୁ ସେ ତୁରନ୍ତ ଅଗ୍ନି ନିର୍ବାପକ ଗାଡିକୁ ପଠାଇବା ସହ ନିଜେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ଏମ୍.ସି.ଏଲ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ପ୍ରାୟ ୨ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା। ଫଳରେ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଯାଇଥିଲା। ଏହି ନିଆଁ ଲିଭା କାର୍ଯ୍ୟରେ ଜଙ୍ଗଲ କର୍ମଚାରୀ ବେଲ ମହାନ୍ତିଙ୍କ ସହ ଖଣି ଅଧିକାରୀ ବି.ପ୍ରଧାନ, ଆନନ୍ଦ ସାମଲ ଓ ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ତେବେ କେହି ଦୃର୍ବୁତ ବିଡି, ସିଗାରେଟ ଖାଇ ପକାଇଦେବା ଫଳରେ ବାଉଁଶ ବୁଦାରେ ନିଆଁ ଲାଗି ଯାଇଥିବାର ଅନୁମାନ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top