ଅରା ବାଉଁଶ ବଣର ନିଆଁକୁ ଆୟତ କଲା ବନ ବିଭାଗ

ତାଳଚେର,୨୩/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିର ନିକଟସ୍ଥ ଅରା ସଂରକ୍ଷିତ ବାଉଁଶ ବଣରେ ଶୁକ୍ରବାର ଅପରାହ୍ନରେ ପୁଣି ନିଆଁ ଲାଗି ଯାଇଥିଲା । ଫଳରେ ଅନେକ ବାଉଁଶ ବୁଦା ହୁ ହୁ ହୋଇ ନିଆଁ ଜଳି ଉଠିବା ଯୋଗୁଁ ବୁଦାଗୁଡିକ ପୋଡି ନଷ୍ଟ ହେବାରେ ଲାଗିଥିଲା । ସୂଚନା ପାଇ ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ତାଳଚେର ଉପଖଣ୍ଡ ବନାଚଂଳର ଭାରପ୍ରାପ୍ତ ଅଧିକାରୀ ତ୍ରିଲୋଚନ ବେହେରାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଶ୍ରୀ ବେହେରା ମଧ୍ୟ ଅବିଳମ୍ବେ ନିଜ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଜଙ୍ଗଲ ବିଭାଗର କର୍ମଚାରୀଙ୍କ ସହ ସମାଜସେବୀ ଶ୍ରୀ ସ୍ୱାଇଁ ଓ ହାଡିବନ୍ଧୁ ପ୍ରଧାନଙ୍କ ଅକ୍ଲାନ୍ତ ଉଦ୍ୟମରେ ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇ ପାରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଯାଇଥିଲା । ଏହି ନିଆଁ ଲିଭା କାର୍ଯ୍ୟରେ ୱ୍ୱାଚର ସୁବାସ ଗଡନାୟକ,ପିଙ୍କୁନ କୁମାର ମିଶ୍ର,କଳାକର ସିଂହ, ଦେବରାଜ ପ୍ରଧାନ,ସମାଜସେବୀ ବିଭୁତି ଭୂଷଣ ସ୍ୱାଇଁ ଓ ହାଡିବନ୍ଧୁ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ତେବେ କେତେକ ଅସମାଜିକ ବ୍ୟକ୍ତି ଜଙ୍ଗଲରୁ ବାଇଁଶ କାଟିବା ପାଇଁ ଜାଣିଶୁଣି ଏପରି ନିଆଁ ଲଗାଉଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *