ଜିଲ୍ଲା ପରିକ୍ରମା

‘ଅରଭାନୀ ସମୟ’ ପକ୍ଷରୁ ବିଶ୍ୱ ସାକ୍ଷରତା ଦିବସ-୨୦୧୮ ପାଳିତ

ଭୁବନେଶ୍ୱର, ୯.୯ (ଓଡ଼ିଆ ପୁଅ) : ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦଠାରେ ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ ପକ୍ଷରୁ ବିଶ୍ୱ ସାକ୍ଷାରତା ଦିବସ-୨୦୧୮ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ମୁଖ୍ୟବକ୍ତା ଭାବେ ଐରଖାରବେଳ ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବେ ଲେଖିକା ଡଃ ସୁଚେତା ରାଉତ ଯୋଗ ଦେଇ କହିଥିଲେ ଯେ, କେବଳ ସରକାରଙ୍କ ଉପରେ ନିର୍ଭର ନକରି ସ୍ୱେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ, ବୁଦ୍ଧିଜୀବୀ ପ୍ରମୁଖ ସାକ୍ଷରତା ଅଭିଯାନକୁ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରିପାରିଲେ ରାଷ୍ଟ୍ରର ସର୍ବବିଧିର ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ‘ଅରଭାନୀ ସମୟ’ର ସମ୍ପାଦକ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାହିତ୍ୟିକ ମଞ୍ଜୁଳା ତ୍ରିପାଠୀ। ଏହି କାର୍ଯ୍ୟକ୍ରମରେ ସମାଜସେବୀ, ସାମ୍ବାଦିକ ଓ ସାହିତ୍ୟିକଙ୍କୁ ଉଲ୍ଲେଖନୀୟ କାମ ପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ସାହିତ୍ୟିକା ବୀଣାପାଣି ମିଶ୍ର, ପ୍ରଜ୍ଞା ପଟ୍ଟନାୟକ, ସୁଧା ପଟ୍ଟନାୟକ, ଦୈନିକ ଓ ସାପ୍ତାହିକ ସମ୍ବାଦପତ୍ର ‘ଓଡ଼ିଆର ସମ୍ମାନ’ର ରାଜ୍ୟ ପ୍ରତିନିଧି ସାମ୍ବାଦିକ ସୌଭାଗ୍ୟ ମହାନ୍ତି, ଦିବ୍ୟାଙ୍ଗ ସମାଜସେବୀ ସୁରେଶ ଚନ୍ଦ୍ର ବେହେରା ଓ ମୁଗୁପୁର ସମାଚାରର ସମ୍ପାଦକ ମଦନ ମୋହନ ପାଢୀ। ଏହି ଅବସରରେ ‘ଅରଭାନୀ ସମୟ’ର ଏକ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ତଥା ସମାଜସେବୀ ଅରବିନ୍ଦ ତ୍ରିପାଠୀ। ପରିଚାଳନାରେ ପ୍ରମୁଖ ସହଯୋଗ କରିଥିଲେ ସୁରେନ୍ଦ୍ର କୁମାର ସାହୁ, ସୀତାଂଶୁ ଶେଖର ମହରାଣା ଓ ପ୍ରକାଶ ମିଶ୍ର ପ୍ରମୁଖ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top