ଅରବାଜ ଖାନ ମାନିଲେ- ଆଇପିଏଲରେ ୬ ବର୍ଷ ଲଗାଇଥିଲେ ସଟ୍ଟା, ଗତ ବର୍ଷ ହାରିଛନ୍ତି ୨.୭୫ କୋଟି ଟଙ୍କା

ସୂଚନାଯୋଗ୍ୟଯେ, କି ସଲମାନ ଖାନଙ୍କର ଭାଇ ତଥା ଅଭିନେତା ଅରବାଜ ଖାନ ଠାଣେ ପୁଲିସର ଆଣ୍ଟି ଏକ୍ସଟର୍ଶନ ସେଲ ସାମନାରେ ପେଶ ହେବା ପାଇଁ ପହଁଞ୍ଚିଥିଲେ। ଠାଣେ କ୍ରାଇମ ବ୍ରାଞ୍ଚ ଶୁକ୍ରବାରଦିନ ତାଙ୍କୁ ସମନ ଜାରି କରିଥିଲେ।

ମୁମ୍ବାଇ ୨ ଜୁନ୍ (ଓଡ଼ିଆ ପୁଅ): ଆଇପିଏଲର ସଟ୍ଟେବାଜୀରେ ଅରବାଜଙ୍କ ସମ୍ପୃକ୍ତି ମାନିଲେ ଅରବାଜ। ସୂତ୍ରରୁ ଜଣାପଡ଼ିଛିଯେ, ଅଭିନେତା ଅରବାଜ ଖାନ ପୁଲିସର ପ୍ରଶ୍ନ ପଚାରିବା ପରେ ମାନି ନେଇଛନ୍ତି କି ସେ ଆଇପିଏଲରେ ସଟ୍ଟେବାଜୀରେ ସାମିଲ ଥିଲେ ବୋଲି। ଏଏନଆଇ ପ୍ରକାଶିତ ଖବର ମୁତାବକ ଅରବାଜ ଖାନ ମାନିଛନ୍ତି କି ସେ ଗତ ବର୍ଷ ଆଇପିଏଲର ମ୍ୟାଚରେ ସଟ୍ଟା ଲଗାଇଥିଲେ ଏବଂ ୨.୭୫ କୋଟି ଟଙ୍କା ହାରିଥିଲେ। ଅରବାଜ କହିଛନ୍ତି କି ସେ ଗତ ୬ ବର୍ଷ ହେବ ସଟ୍ଟେବାଜୀରେ ସମ୍ପୃକ୍ତ ଅଛନ୍ତି କିନ୍ତୁ ଚଳିତ ବର୍ଷ କୌଣସି ସଟ୍ଟା ଲଗାଇନଥିଲେ। ସୂଚନାଯୋଗ୍ୟଯେ, ସଲମାନ ଖାନଙ୍କର ଭାଇ ଅଭିନେତା ଅରବାଜ ଖାନ ଠାଣେ ପୁଲିସର ଆଣ୍ଟି ଏକ୍ସଟର୍ଶନ ସେଲ ସାମନାରେ ପେଶ ହେବା ପାଇଁ ଆଜି ପହଁଞ୍ଚିଥିଲେ। ଠାଣେ କ୍ରାଇମ ବ୍ରାଞ୍ଚ ଶୁକ୍ରବାରଦିନ ସମନ ଜାରି କରିଥିଲେ। ପୁଲିସ ୨୯ ମଇରେ ମୁମ୍ବାଇର ଜଣାଶୁଣା ସଟ୍ଟେବାଜ ସୋନୁ ଜାଲାନକୁ ଗିରଫ କରିଥିଲା। ତାକୁ ପ୍ରଶ୍ନ ପଚରା ଉଚରା କରିବା ସମୟରେ ଅରବାଜ ଖାନଙ୍କର ନାଁ ସାମନାରେ ଆସିଥିଲା। ଆଇପିଏଲ ମ୍ୟାଚ୍ ରେ ସଟ୍ଟା ଲଗାଇବା ମାମଲାରେ ଧରାପଡ଼ିଥିବା ୩ଜଣ ଆରୋପିଙ୍କୁ ପ୍ରଶ୍ନ ପଚାରିବା ସମୟରେ ସୋନୁର ନାମ ସାମନାକୁ ଆସିଥିଲା।

ଠାଣେ କ୍ରାଇମ ବ୍ରାଞ୍ଚ ମୁତାବକ ଧରାପଡ଼ିଥିବା ଆରୋପୀ ସୋନୁ ଜାଲାନ ଉପରେ ବଲିଉଡ଼୍ ରେ ଜଡ଼ିତ ଏକ ନାମୀ ବ୍ୟକ୍ତିଙ୍କର ବେଟିଙ୍ଗ ପଇସା ଏବଂ ଯୋରଜବରଦସ୍ତ ଅସୂଲୀର ଆରୋପ ଅଛି। ସୋନୁ ଏହା ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା।

ନିକଟରେ ସମାପ୍ତ ହୋଇଥିବା ଆଇପିଏଲର ୧୧ତମ ସଂସ୍କରଣରେ ଚେନ୍ନାଇ ସୁପର କିଂଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଫାଇନାଲ୍ ଜିତିଥିଲା। ଯାହା ପରେ ସଟ୍ଟେବାଜୀର ଏହି ମାମଲା ସାମନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *