ଅମ୍ଳାନ ପ୍ରତିଭା ପ୍ରଗତିଶୀଳ ବ୍ୟକ୍ତିତ୍ୱ ଗନ୍ଧର୍ବସେନ ପଲେଇ ,ଏକାଦଶାହ ଉପଲକ୍ଷେ

ଘଟଗାଁ(ଓଡିଆପୁଅ/ଭବାନୀ ପ୍ରସାଦ)- ବରିଷ୍ଠ ସମ୍ବାଦିକ ତଥା ସମଜସେବୀ ସଞୟ ମିଶ୍ରଙ୍କ ଲେଖନୀରୁ- ଘଟଗାଁ ମାଟି, ଯେଉଁ ମାଟି ଆଜି ମାଆ ତାରିଣୀଙ୍କ ପାଇଁ ସାରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଶୃଷ୍ଟି କରିପାରିଛି । ଜଣେ ସୁଯୋଗ୍ୟ ସନ୍ତାନ , ଅମ୍ଳାନ ପ୍ରତିଭା,ଦକ୍ଷ ସଂଗଠକ ତଥା ପ୍ରଗତିଶୀଳ ବ୍ୟକ୍ତିତ୍ୱର ଅଧିକାରୀ ଗନ୍ଧର୍ବସେନ ପଲେଇ ଆଜି ଆମ ଗହଣରେ ନାହାନ୍ତି ସତ ।

ମାତ୍ର ତାଙ୍କର ବୈଳ୍ପବିକ ଚିନ୍ତାଧାରା , ସଂଗ୍ରାମ ଅଭିଭାଷଣ ଏବେବି ମାନସ ପଟରେ ଉଦବେଳିତ କରୁଛି । ଘଟଗାଁର ଉପରଡିହା ଗ୍ରାମରେ ୧୯୬୦ ମସିହା ଏପ୍ରିଲ ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଗନ୍ଧର୍ବସେନ ପଲେଇ । କେନ୍ଦୁଝର ଧରଣୀଧର ମହାବିଦ୍ୟାଳରେ ପଢୁଥିବା ସମୟରେ ସେ ଛାତ୍ର ସାଂସଦର ସଭାପତି ଭାବେ ନିର୍ବାଚିତ ହୋଇ ନିଜର ନେତୃତ୍ୱ , ସଂଗଠନ ଓ ବ୍ୟକ୍ତିତ୍ୱର ପରିଚୟ ଶୃଷ୍ଟି କରିପାରିଥିଲେ । କାଳକ୍ରମେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସଂପର୍ଷରେ ଆସି ସେ ରାଜନୀତିରେ ପାଦଦେଲେ । ଛାତ୍ର ଜୀବନରୁ ସିଧାସଳଖ ରାଜନୀତିକୁ ଆସି ନିଜର ବିଚକ୍ଷଣ ପ୍ରତିଭା ଓ ପ୍ରଗତୀଶିଳ ଚିନ୍ତା ଧାରାକୁ ପଥେୟ କରି ଜନତା ଦଳର ବ୍ଲକ ସଭାପତୀ ଭାବେ ଦାୟିତ୍ୱ ନେଇ ଘଟଗାଁ ବ୍ଲକ ସଂଗଠନକୁ ମଜବୁତ କରିଥିଲେ ।

ଜଣେ ବିଚକ୍ଷଣ ରାଜନେତା ଭାବରେ ଓ ତାଙ୍କର ସଂଗଠନ ବଳରେ ତେଲକୋଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନିଳାଦ୍ରୀ ନାଏକଙ୍କ କ୍ରମାଗତ ବିଜୟ ହାସଲ କରିବାରେ ଘଟଗାଁ ବ୍ଲକ ନେଇଥିଲା ଗୁରୁତ୍ୱପୂର୍ଣ୍ଣ ଭୁମିକା । ନିଳାଦ୍ରୀ ନାଏକ ବିଧାୟକ ଭାବେ ୬ ଥର ଯିତିଥିବା ବେଳେ ୩ ଥର ବିଧାୟକ ହେବାରେ ଗନ୍ଧର୍ବସେନ ପଲେଇ ସେନାପତିତ୍ୱ ନେଇଥିଲା ନିଳଦ୍ରୀଙ୍କ ବିଜୟର ପ୍ରମୁଖ ଭୁମିକା । ୧୯୯୨ ମସିହାରେ ମୁଁ ମ୍ୟାଟ୍ରିକ ପାସ ପରେ ହାପପ୍ୟାଣ୍ଟ ପିନ୍ଧୁଥିବା ସମୟରେ ମୁଁ ମୋର କେତେକ ସାଙ୍ଗ ଗନ୍ଧର୍ବ ଭାଇଙ୍କ ଦଲରେ ସାମିଲ ହୋଇ ଜନତା ଦଳର ପୋଷ୍ଟରବୟ ଭାବେ କାର୍ଯ୍ୟ କରୁଥିଲୁ । କଲେଜ ପଢା ସରିବା ପରେ ମୁଁ ଦୈନିକ ଖବର କାଗଜ ପ୍ରଗତିବାଦୀରେ ସାମ୍ବାଦିକ ଭାବେ ଯୋଗଦେଇ ନିରନ୍ତର କଲମ ଚାଳନା ଜାରିରଖିଥିଲି । ଏହି ସମୟରେ ବିଜୁବାବୁଙ୍କ ଦେହାନ୍ତ ପରେ ଗଠନ ହେଲା ବିଜୁ ଜନତା ଦଳ ।
ସେତେବେଳେ ଅଶୋକ ଦାସଙ୍କ ନେତୃତ୍ୱରେ ଥିବା ଜନତା ଦଳରୁ ବାହରୀ ଆସି ଗନ୍ଧର୍ବ ଭାଇଙ୍କ ନେତୃତ୍ୱରେ ବିଜୁଜନତା ଦଳରେ ସାମିଲ ହେଲୁ । ନୂତନ ଘସିପୁରା ନିର୍ବାଚନ ମଣ୍ଡଳିରେ ଘଟଗାଁ ସ୍ଥାନ ପାଇବା ପରେ ରାଜନୈତିକ ଦୃଶ୍ୟ ପଟ ବଦଳି ଯାଇଥିଲା । ରାମଚନ୍ଦ୍ରପୁରର ସ୍ୱାଧିନ ବିଧାୟକ ବଦ୍ରି ନାରାୟଣ ପାତ୍ର ପୁନର୍ବାର ଘଟଗାଁ ବ୍ଲକର ମଂଗ ଗନ୍ଧର୍ବ ଭାଇଙ୍କ ଉପରେ ନ୍ୟସ୍ତ କରାଗଲା । ଗନ୍ଧର୍ବ ଭାଇଙ୍କ ବିଚକ୍ଷଣ କୁଟନୀତି ଯୋଗୁଁ ବଦ୍ରିବାବୁଙ୍କୁ କଂଗ୍ରେସର ହେଭେଓଟ ନେତା ନିରଞନ ବାବୁଙ୍କୁ ପରାସ୍ତ କଲେ । ପରେ ସେ ବିଜୁ ଜନତା ଦଳର ନିର୍ବାଚନା ଅଧିକାରୀ ଭାବେ ଦାୟୀତ୍ୱ ତୁଲାଉଥିବା ବେଳେ କ୍ରମାଗତ ଭାବେ ୨ୟ ଥର ଦଳର ସାଧାରଣ ସଂମ୍ପାଦକ ଭାବେ କାର୍ଯ୍ୟକରି ନିଜର ପ୍ରତିଭା ଓ ଦଳ ସଂଗଠକର ପରିଚୟ ଶୃଷ୍ଟି କରିପାରିଛନ୍ତି । ସମ୍ବାଦିକତା କ୍ଷେତ୍ରରୁ ରାଜନୀତିକୁ ଟାଣି ଆଣିବାରେ ତାଙ୍କର ଥିଲା ପ୍ରମୁଖ ଭୁମିକା । ଥଟାରେ ମଜରେ ସେ ମୋତେ ଚାଣକ୍ୟ ବୋଲି ସମ୍ବୋଧନ କରୁଥିଲେ । ମିଁ ୨ଥର ବିଜୁ ଜନତା ଦଳର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇବାରେ ତାଙ୍କର ପରାମର୍ଶ ଏବେବି ମୋ ଚେତନା ଶକ୍ତି ବେସ ଜାଗ୍ରତ କରାଉଛି । ମାନ୍ୟବର ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ସହଯୋଗ ଓ ଗନ୍ଧର୍ବ ଭାଇଙ୍କ ପ୍ରଗତିଶୀଳ ଚିନ୍ତାଧାର ସମଗ୍ର ଘଟଗାଁକୁ ଏକ ବିକାଶଶୀଳ ,ସଂସ୍କୃତି ଓ ପରମ୍ପର ସଂପର୍ଣ୍ଣ ମାଟି ଭାବେ ପରିଚିତ କରାଇପାରିଛି । ଗନ୍ଧର୍ବ ଭାଇଙ୍କ ଏକାଦଶହ ଉପଲକ୍ଷେ ତାଙ୍କର ଅମର ଆତ୍ମା ପ୍ରତି ଆମର ଗଭିର ଶ୍ରଦ୍ଧାଞଳି ଅର୍ପଣ କରୁଛୁ ।

ସଞ୍ଜୟ ମିଶ୍ର,ବିରିଷ୍ଠ ସାମ୍ବାଦିକ

Leave a Reply

Your email address will not be published. Required fields are marked *