ଅମୃତ ଯୋଜନାରେ ୮୩ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ୨୦ ହଜାର ପରିବାରଙ୍କୁ ଶୁଦ୍ଧ ପାନୀୟ ଜଳ ମିଳିବ

ଭଦ୍ରକ, ୨୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭ୍ରଦକ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ସକାଶେ ଅମୃତ ଯୋଜନାରେ ଖର୍ଚ୍ଚ ହେବ ୮୩ କୋଟି ୬ ଲକ୍ଷ ଟଙ୍କା । ସହରାଞ୍ଚଳରେ ବସବାସ କରୁଥିବା ୨୦ ହଜାର ୧୬୪ ପରିବାରଙ୍କୁ ପାଇପ୍ ଯୋଗେ ଦିଆଯିବା ବିଶୁଦ୍ଧ ପାନୀୟ ଜଳ । ଏଥିସକାଶେ ଭଦ୍ରକ ସହରାଞ୍ଚଳରେ ଥିବା ୩୦ ଗୋଟି ୱାର୍ଡରେ ୨୧୩ କିମି ଦୈର୍ଘ୍ୟ ପାଇପ୍ ପାଇପ୍ ବିଛା କାମ ଆରମ୍ଭ ହୋଇଛି । ସମୁଦାୟ ଛଅଗୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କୁହାଯାଇôଥବା ବେଳେ ପ୍ରଥମ ୩ ଗୋଟି ପର୍ଯ୍ୟାୟର ଟେଣ୍ଡର ଡକାଯାଇ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଅବଶିଷ୍ଟ ୩ ଗୋଟି ପର୍ଯ୍ୟାୟ କାମ ଟେଣ୍ଡର ପ୍ରକି୍ରୟାରେ ରହିଥିବା କଥା ଜିଲା ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଂଜନ ଜେନା ପ୍ରକାଶ କରିଛନ୍ତି । ଏହି କାମ ଆଗାମୀ ୨୦୧୯ ସୁଦ୍ଧା ସଂପୂର୍ଣ୍ଣ କରାଯାଇ ଭଦ୍ରକ ସହରାଞ୍ଚଳରେ ବସବାସ କରୁଥିବା ୨୦ ହଜାର ୧୬୪ ପରିବାରଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏଥିସକାଶେ ସମଗ୍ର ସହରରେ ୬ ଲକ୍ଷରୁ ୮ ଲକ୍ଷ ଲିଟର କ୍ଷମତାରେ ୬ ଗୋଟି ଭୂତଳ ଜଳଭଣ୍ଡାର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି । ଏହି ଜଳ ଭଣ୍ଡାର ଜରିଆରେ ସମଗ୍ର ସହରାଞ୍ଚଳକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ବିଭାଗୀୟ ସୂଚନା ଅନୁଯାୟୀ ଭଦ୍ରକ ସହରାଞ୍ଚରେ ଏବେ ୧ ହଜାର ୪୧୯ ଉପଭୋକ୍ତାଙ୍କ ସହିତ ୧୦୨ ଗୋଟି ଷ୍ଟାଣ୍ଡ ପୋଷ୍ଟ ଜରିଆରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି । ଏଥିରେ ୧ ହଜାର ୧୯୦ ଜଣ ଘରୋଇ ଉପଭୋକ୍ତା ରହିଥିବାବେଳେ ୧୫୨ ଗୋଟି ସରକାରୀ କ୍ୱାର୍ଟର, ୫୩ ଗୋଟି ଅଫିସ୍ ଓ ୨୪ ଗୋଟି ବ୍ୟବସାୟିକ ସଂସ୍ଥା ରହିଛି । ସେହିଭଳି ଭଦ୍ରକ ସହରାଞ୍ଚଳର ବିଭିନ୍ନ ଛକ ଏବଂ ସାହିବସ୍ତିରେ ୧୦୨ ଗୋଟି ଷ୍ଟାଣ୍ଡ ପୋଷ୍ଟ ଜରିଆରେ ସାଧାରଣ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ତେବେ ଦୁର୍ବଳ ପାଇପ୍ ଜଳଯୋଗାଣ ବ୍ୟବସ୍ଥା ଯୋଗୁଁ ଭଦ୍ରକ ସହରାଞ୍ଚଳରେ ପାଇପ୍ ଜଳଯୋଗାଣ ଆଗକୁ ବଢିପାିରନଥିବା କୁହାଯାଉଥିବାବେଳେ ଅମୃତ ଯୋଜନା କାର୍ଯ୍ୟକାରୀ ହେଲେ ସହରାଞ୍ଚଳ ସବୁ ପରିବାରଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ସମ୍ଭବ ହେବ ବୋଲି ଶ୍ରୀ ଜେନା ସମ୍ଭାବନା ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *