ପୁରୀ, ୧୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଅମୁଣିଆ ପ୍ରସାଦ ବିକ୍ରୀ କରି କୋଠ ଭୋଗ, ବଡୁ ସୁଆର ବଡୁ ଦୀକ୍ଷିତ, ସୁଆର ମହାସୁଆର ନିଯୋଗରେୁ ବିତାଡିତ ହୋଇଛି। ବିଧୀବତ ତଦନ୍ତ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ସେବାରୁ ସଂପୂର୍ଣ୍ଣ କାହିଁକି ବହିସ୍କାର କରାନ ଯିବ ସେ ନେଇ ଉତର ରଖିବାକୁ ନିର୍ଦ୍ଧିଷ୍ଟ ରଖାଯାଇଛି। ଶ୍ରୀମନ୍ଦିର କମାଣ୍ଡର ତଦନ୍ତ କରି ଗତକାଲି ରିପୋର୍ଟ ଦେବାପରେ ଏହି ନିଷ୍ପତି ନିଆଯାଇଛି। ତଦନ୍ତ ବେଳେ ସେ ତାଙ୍କ ସେ ତାଙ୍କର ଦୋଷ ସ୍ୱିକାର କରିଛନ୍ତି। ରିପୋର୍ଟ ଆସିବା ପରେ ସଂପୃକ୍ତ ସେବାୟତଙ୍କ ଉପରେ ଏହି କାର୍ଯ୍ୟନଷ୍ଠାନ ନିଆଯାଇଛି। ପୂର୍ବରୁ ସୁଆର ମହାସୁଆର ନିଯୋଗ ତାଙ୍କୁ ସେବାୟତ ରୁ ନି ର୍ବୁତ କରିଥିବା ବେଳେ ନିଯୋଗରୁ ବିତାଡିତ କରିଛନ୍ତି। ଏହି ନିଲମ୍ବିତ ସେବକ ଗଡୁ ଦୀକ୍ଷିତ ଦ୍ୱିତୀୟ ଥର ନିଲମ୍ବିତ ହୋଇଛନ୍ତି।

Loading...