ଓଡ଼ିଶା

ଅମିତ ଶାହା, କହିଲେ – ସମ୍ଭାଳି ଯାଅ, ବିଜେପି ହିଂସାକୁ ଡରେ ନାହିଁ

ତ୍ରିପୁରା ୧୨-୨ (ଓଡ଼ିଆ ପୁଅ) ସିପିଏମ୍ ଉପରେ ବର୍ଷିଲେ ଅମିତ ଶାହା। ତ୍ରିପୁରାରେ ଏହି ମାସ ୧୮ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରବିବାରଦିନ ନିର୍ବାଚନ ଅଭିଯାନ ସମୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ତ୍ରିପୁରାର ବର୍ତ୍ତମାନର ସିପିଏମ୍ର ସରକାରକୁ କଡ଼ା ସମାଲୋଟନା କରିଥିଲେ। ସେ କହିଲେ କି “ମୁଁ ପୂରା ସିପିଏମ୍ କୁ କହିବାକୁ ଚାହୁଁଛି ଏଥର ପ୍ରତିଦ୍ୱନ୍ଦିତା ବିଜେପି ସହିତ, ସମ୍ଭାଳି ଯାଆନ୍ତୁ, ବିଜେପି ହିଂସାକୁ ଡରେ ନାହିଁ”।

ବିଜେପି ହିଂସାକୁ ଡରେ ନାହିଁ: ଅମିତ ଶାହ କହିଲେ କି ଯେଉଁଠାରେ ଜନତାକୁ ଦବାଇ ରଖାଯାଏ. ସେମାନଙ୍କୁ ଭୋଟ ଦେବା ପାଇଁ ଯିବାକୁ ଦିଆଯାଏ ନାହିଁ। “ମୁଁ ପୂରା ସିପିଏମ୍ କୁ କହିବାକୁ ଚାହୁଁଛି ଏଥର ପ୍ରତିଦ୍ୱନ୍ଦିତା ବିଜେପି ସହିତ, ସମ୍ଭାଳି ଯାଆନ୍ତୁ, ବିଜେପି ହିଂସାକୁ ଡରେ ନାହିଁ”। ନିଜ ବକ୍ତବ୍ୟରେ ତ୍ରିପୁରାରେ କହିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ।

୨୦ ବର୍ଷର ଲେଫ୍ଟ ଫ୍ରଣ୍ଟର ସରକାର ତ୍ରିପୁରାରେ: ୧୯୯୮ ରୁ ତ୍ରିପୁରାରେ ମାଣିକ ସରକାର ମୁଖ୍ୟମନ୍ତ୍ରୀ ଅଛନ୍ତି। ଏଥର ମଧ୍ୟ ତ୍ରିପୁରା ବିଧାନସଭା ନିର୍ବାଚନରେ ସେ ପଞ୍ଚମଥର ପାଇଁ ଲେଫ୍ଟ ଫ୍ରଣ୍ଟ ତରଫରୁ ମୁଖ୍ୟମନ୍ତ୍ରୀ ପଦର ଚେହରା ଅଟନ୍ତି। ସୂଚନାଯୋଗ୍ୟଯେ, ତ୍ରିପୁରାରେ ମାଣିକ ସରକାର ମୁଖ୍ୟମନ୍ତ୍ରୀ ବନିବା ପୂର୍ବରୁ ହିଁ ୧୯୯୩ରୁ ଲେଫ୍ଟ ଫ୍ରଣ୍ଟର ସରକାର କ୍ରମାଗତଭାବରେ ବନି ଆସୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top