ଅମିତ ଶାହାଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରଚାର ସାମଗ୍ରୀ ଲୋକାର୍ପିତ କଲା ବିଜେପି

–    ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମ
–    ବୁଥରେ ଗରୀବ କଲ୍ୟାଣ ଯୋଜନା ଯଥା ପକ୍କା ଘର, ପିଇବା ପାଣି, ବିଜୁଳି, ପାଇଖାନା ,ଗ୍ୟାସ୍ ,ଶିକ୍ଷା ଓ ସ୍ୱାସ୍ଥ୍ୟ ଇତ୍ୟାଦିର ହେବ ସମୀକ୍ଷା
–    ମୋଦିଙ୍କ ଭରପୁର ସହାୟତା ବନାମ ନବୀନଙ୍କ ସ୍ଥାଣୁତା, ଅପାରଗତାକୁ ବୁଥ୍ ରେ କରିବ ପ୍ରସଙ୍ଗ
–    ଶାହାଙ୍କୁ ସ୍ୱାଗତ ବେଳେ ଓଡିଶାଙ୍କ ବଡ ପରିବର୍ତନ ପାଇଁ ଆଗ୍ରହ ତଥା ଓଡିଆଙ୍କ ହକ୍ ର ଲଢେଇ ପ୍ଲାକାର୍ଡ ପ୍ରଦର୍ଶିତ
–    ଡିଜେ ଧୂନରେ ସ୍ୱାଗତ ସଙ୍ଗୀତ ମାଧ୍ୟମରେ ରାଜ୍ୟରେ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ଲଢେଇ ଆହ୍ୱାନ

ଭୁବନେଶ୍ୱର, ୦୨ ଜୁଲାଇ (ଓଡ଼ିଆ ପୁଅ) – ଆସନ୍ତା ଜୁଲାଇ ୪, ୫ ଓ ୬ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଅଡିଓ ସିଡି ଓ ପ୍ରଚାର ସାମଗ୍ରୀକୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶିତ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଗଂଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଲେଖାଏଁ  ବୁଥ୍ କୁ ଯାଇ ସେଠାକାର ଦଳୀୟ ପ୍ରମୁଖ କାର୍ଯ୍ୟକର୍ତା ଓ ପ୍ରମୁଖ ଲୋକ ମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି କହିଥିଲେ। ଏହି ସମୟରେଯେଉଁ ତ୍ରୁଟି ଗୁଡିକୁ ନେଇ ଆଲୋଚନା କରାଯିବ ସେ ସମ୍ପର୍କରେ ଦଳର ପ୍ରଚାର ପତ୍ରକୁ ଗଣ ମାଧ୍ୟମକୁ ଶ୍ରୀ ମହାନ୍ତି ପ୍ରଦାନ କରିଥିଲେ।

ଏହି ପ୍ରଚାର ପତ୍ରରେ ମୋଦି ଓଡିଶାକୁ ଗରୀବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଥିବା ଓ ରାଜ୍ୟ ବିକାଶ ପାଇଁ ଯୋଜନାର ବୁଥ୍ ସ୍ତରରେ ପ୍ରସଙ୍ଗକୁ ନେଇ ଶ୍ରୀ ଶାହା ଲୋକଙ୍କ ସହ ସମୀକ୍ଷା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର, ପ୍ରତି ଘରକୁ ୨୪ ଘଂଟା ବିଜୁଳି, ସବୁ ଘରେ ପାଇପ୍ ଯୋଗେ ପାନୀୟ ଜଳ , ସବୁ ଘରେ ପାଇଖାନା, ରୋଷେଇ ପାଇଁ ସବୁ ଘରେ ଗ୍ୟାସ୍, ଘରର ଯୁବକଙ୍କ ହାତକୁ କାମ ଓ ରୋଜଗାର, ପିଲାଙ୍କ ପାଇଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ଶ୍ରୀ ଶାହା ସମୀକ୍ଷା କରିବାର ଯୋଜନା ସମ୍ପର୍କିତ ପ୍ରଚାର ପତ୍ର ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ଶ୍ରୀ ମହାନ୍ତି।

ମୋଦି ସରକାରଙ୍କ ଗରୀବ କଲ୍ୟାଣ ଯୋଜନାର ଲମ୍ବା ତାଲିକା ସମ୍ବଳିତ ପ୍ରଚାର ପତ୍ର ମଧ୍ୟ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ଓଡିଶାକୁ ମୋଦି ସରକାର କିପରି ଭରପୁର ସହାୟତା ଦେଇଥିବା ବେଳେ ବିଜେଡି ସରକାରର ସ୍ଥାଣୁତା ଓ ଅପାରଗତା କିପରି ବାଧକ ସାଜିଛି ସେ ସମ୍ପର୍କରେ ଏକ ପ୍ରଚାର ପତ୍ର ମଧ୍ୟ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ପ୍ରଦାନ କରିଥିଲେ।

ଅମିତ ଶାହାଙ୍କୁ ସ୍ୱାଗତ ବେଳେ ଓଡିଆ ବଳେଇଛନ୍ତି ମନ, କରିବାକୁ ବଡ ପରିବର୍ତନ, ଆସନ୍ତୁ ଗଢିବା ନୂଆ ଓଡିଶା, ଆସନ୍ତୁ ଲଢିବା ଓଡିଆଙ୍କ ହକ୍ ର ଲଢେଇ ଆଦି ପ୍ଲାକାର୍ଡ ମଧ୍ୟ ଗଣମାଧ୍ୟମକୁ ଶ୍ରୀ ମହାନ୍ତି ପ୍ରଦର୍ଶିତ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଡିଜେ ଧୂନ୍ ରେ ଅମିତ୍ ଶାହାଙ୍କ ସ୍ୱାଗତ ତଥା ରାଜ୍ୟ ସରକାରଙ୍କ ବିଫଳତାର ସମାଲୋଚନା ଓ ଓଡିଶାଙ୍କ ହକ୍ ର ଲଢେଇ ସମ୍ବଳିତ ଅଡିଓ ସିଡି ମଧ୍ୟ ଶ୍ରୀ ମହାନ୍ତି ଉନ୍ମୋଚନ କରିଥିଲେ। ଏହି ସିଦି ଲୋକାର୍ପିତ କାର୍ୟ୍ୟକ୍ରମରେ ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦି ସାମଲ ସମ୍ପାଦିକା ଶ୍ରୀମତୀ ଲେଖା ସାମନ୍ତ ସିଂହାର ଏବଂ ଜୁବମୋର୍ଚ୍ଚା ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ଠାକୁର ରଣଜିତ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *