ଓଡ଼ିଶା

ଅମିତ ଶାହଙ୍କ ଘୋଷଣା : ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ନେତୃତ୍ଵରେ ଲଢ଼ାଯିବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ଉପରେ ଚାଲୁଥିବା ସସ୍ପେନ୍ସକୁ ବିଜେପି ଚିଫ ଅମିତ ଶାହା ଶନିବାରଦିନ ସମାପ୍ତ କରିଛନ୍ତି। ଶାହା କହିଛନ୍ତିଯେ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେହିଁ ପାର୍ଟୀର ନେତୃତ୍ଵ କରିବେ। ରାଜ୍ୟରେ ଚଳିତ ବର୍ଷର ଶେଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଗତ ତିନ ବିଧାନସଭା ନିର୍ବାଚନରେ ମଧ୍ୟ ପାର୍ଟୀ ବସୁନ୍ଧରା ରାଜେଙ୍କ ନେତୃତ୍ତ୍ୱରେ ନିର୍ବାଚନ ଲଢ଼ିଥିଲା। ଖବର ମୁତାବକ ଅମିତ ଶାହା ଏହା ସ୍ଥିର କରିଛନ୍ତି କି ବସୁନ୍ଧରା ରାଜେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ହେବେ। ୨୦୦୩, ୨୦୦୮ ଏବଂ ୨୦୧୩ ର ବିଧାନସଭା ନିର୍ବାଚନରେ ମଧ୍ୟ ପାର୍ଟୀ ରାଜେଙ୍କ ଉପରେ ଭରସା ରଖିଥିଲା। ନିକଟରେ ପାର୍ଟୀର ବରିଷ୍ଠ ନେତା ଘନଶ୍ୟାମ ତିୱାରୀ ରାଜେଙ୍କ ବିରୁଦ୍ଧରେ ସ୍ୱର ଉଠାଇଥିଲେ ହେଲେ ବିଜେପି ଛାଡ଼ି ଦେଇଥିଲେ। ଏହା ସହିତ ସେ ନୂଆ ପାର୍ଟୀର ଘୋଷଣା କରିଥିଲେ। ସୂଚନାଯୋଗ୍ୟଯେ, ରାଜସ୍ଥାନରେ ୨୦୦ ବିଧାନସଭା ସିଟ୍ ଅଛି। ୨୦୧୩ ର ବିଧାନସଭା ନିର୍ବାଚନରେ ବିଜେପି ଦୁଇ ତୃତିୟାଂଶରୁ ଅଧିକ ଆସନ ମିଳିଥିଲା। ଆଜିପର୍ଯ୍ୟନ୍ତ ରାଜସ୍ଥାନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ନିର୍ବାଚନ-ପରେ-ନିର୍ବାଚନରେ ସରକାର ପରିବର୍ତ୍ତନ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top