ଓଡ଼ିଶା

ଅମାନୁଷିକ ହତ୍ୟାକାଣ୍ଡ

ବାରିପଦା/ମୟୁରଭଞ୍ଜ ୯-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବାରିପଦା-ଅଜଣା ଦୁର୍ବୃତ୍ତର ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ଆକ୍ରମଣ କରି ବୃଦ୍ଧଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ। ସାଇକେଲ ଚଲାଇ ଘରକୁ ଫେରିବା ବାଟରେ ପଛପଟୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଅଚାନକ ଆକ୍ରମଣର ଶିକାର ହୋଇ ସାଇକେଲ ସହ ମାଟିରେ ମୁହଁମାଡ଼ି ପଡିଯାଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ତେବେ ଘଟଣା ଆଜି ଭୋର ପ୍ରାୟ ୪ ରୁ ୫ଟା ମଧ୍ୟରେ ଘଟିଥିବା ଆଲୋଚନା ହେଉଛି।

ଏଭଳି ନୃଶଂସ ହତ୍ୟାକାଣ୍ଡ ଆଜି ମୟୁରଭଞ୍ଜ ଜିଲ୍ଲାର ମୋରଡ଼ାଥାନା ଅଧୀନ ଗଡ଼ିଗାଁର ଫୁଲବାଡ଼ିଆ ଠାରେ ଘଟିଯାଇଛି। ଅଜଣା ଦୁର୍ବୃତ୍ତର ଆକ୍ରମଣରେ ଗଡ଼ିଗାଁର କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗଡ଼ିଗାଁର ଚାଷୀ କୃଷ୍ଣଚନ୍ଦ୍ର ମହାନ୍ତ (୬୧)ଆଜି ଭୋର ପ୍ରାୟ ୪ଟା ସମୟରେ ଫୁଲବାଡ଼ିଆରେ ଥିବା ନିଜ ଚାଷଜମିରେ ପାଣି ମଡାଇବା ପାଇଁ ଯାଇଥିଲେ। ତେବେ କାମ ସାରି ସାଇକେଲ ଚଲାଇ ଘରକୁ ଫେରିବା ବାଟରେ ଭୋର ପ୍ରାୟ ୫ଟା ସମୟରେ ଫୁଲବାଡ଼ିଆ ମୁଖ୍ୟରାସ୍ତା ପାର୍ଶ୍ବରେ ଅଚାନକ କୌଣସି ଅଜଣା ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା। ଆକ୍ରମଣରେ କୃଷ୍ଣଚନ୍ଦ୍ର ଘଟଣାସ୍ଥଳରେ ସାଇକେଲ ସହ ତଳେ ମୁହଁମାଡ଼ି ପଡିଯିବା ସହିତ ଅତ୍ୟଧିକ ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷରେ ଏହି ନୃଶଂସ ହତ୍ୟାକାଣ୍ଡ ପଛରେ ଜମିବାଡ଼ି ସମ୍ପର୍କିତ କୌଣସି ବିବାଦ ପୂର୍ବରୁ ରହିଥିବା ସନ୍ଦେହ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଖବରପାଇ ମୋରଡ଼ାଥାନାପୁଲିସ ଓ ଚିତ୍ରଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହିତ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପୁଲିସର ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top