ଓଡ଼ିଶା

ଅମାନୁଷିକ ରାୟଗଡା ସ୍ବାସ୍ଥ୍ୟ ବିଭାଗର ନିର୍ମମତା! ପଢ଼ନ୍ତୁ ପୂରା ରିପୋର୍ଟ

ରାୟଗଡା ତା-୦୮/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାନବିକତା ହଜିଯାଇଛି। ଅଙ୍ଗେ ନିଭେଇବା ବ୍ୟକ୍ତି ବିଶେଷ ଜାଣନ୍ତି ଓ ହୃଦୟଙ୍ଗମ କରିପାରନ୍ତି ଏହି ନିର୍ମମତା କେତେ ଦାରୁଣ ! ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ରୋଗୀ ଯେଉଁ ଆଶା ନେଇ ଡାକ୍ତରଖାନାକୁ ଆସିଥାଏ ସେ ଆଶା ଆଶାରେ ହିଁ ରହିଯାଏ। ଜଣେ ଅତ୍ୟନ୍ତ ଗରିବ ଓ ମାନସିକ ରୋଗୀର ଜରୁରୀ ଚିକିତ୍ସାକୁ ଅଣ ଦେଖାକରି ତିନି ଘଣ୍ଟା କାଳ ସେମିତି ପକାଇ ରଖିବାର ଯୌକ୍ତିକତା ନେଇ ଏବେ ଉଠିଛି ପ୍ରଶ୍ନବାଚୀ। ଶେଷରେ କିଛି ସାମ୍ବାଦିକ ଯାଇ ଖବର ପରିବେଷଣ ପାଇଁ ଉଦ୍ୟମ କରୁଥିବା ଦେଖି ସେଠାରେ ଉପସ୍ଥିତ ଡାକ୍ତର ଓ କର୍ମଚାରୀ ମାନେ ରୋଗୀର ଚିକିତ୍ସା ଆରମ୍ଭ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ଗତ କିଛି ମାସ ତଳେ ଜିଲ୍ଲାରେ ପିଲାଚୋରିର ଗୁଜବ ଘଟିଥିଲା।ଏହି ସମୟରେ ଲୋକମାନେ ଅଚିହ୍ନା ଓ ବାହାରୁ ଆସୁଥିବା ଅଣ ଓଡ଼ିଆଙ୍କୁ ଆକ୍ରମଣ କରିଥିଲେ। ସେତେବେଳେ ଏହି ମାନସିକ ରୋଗୀ ଜଣକ ଲୋକଙ୍କ ଆକ୍ରମଣର ଶିକାର ହୋଇ ତାର ମୁଣ୍ଡ ଫାଟିଥିଲା। ପରେ ସ୍ଥାନୀୟ ପୋଲିସ ଉଦ୍ଧାର କରି ତାକୁ ଚିକିତ୍ସା କରାଇ ଛାଡିଦେଇଥିଲେ।ଏହାପରେ ସେ ନଖାଇ ନପିଇ ଖରା ବର୍ଷାରେ ପଡି ଓ କୌଣସି ଚିକିତ୍ସା ନ ପାଇବାରୁ ତାର ମୁହଁ ଓ ଦେହରେ ଶହଶହ ପୋକ ହୋଇଯିବା ଜନିତ କାରଣରୁ ଦୂର୍ଗନ୍ଧ ବାହାରୁଥିବା ଅବସ୍ଥାରେ ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ପଡିରହିଥିବା ବେଳେ ଜଣେ ମହିଳା ସ୍ବେଚ୍ଛାସେବୀ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତରଖାନାରେ ଆମ୍ବୁଲାନ୍ସରୁ ରୋଗୀକୁ ଭିତରକୁ ନେବା ପାଇଁ କେହି ହେଲେ ଆସିନଥିଲେ। ଯା’ଫଳରେ ଦୀର୍ଘ ଦୁଇ ଘଣ୍ଟା କାଳ ଆମ୍ବୁଲାନ୍ସରେ ପଡିରହିଥିଲା ରୋଗୀ। ପରେ ମହିଳା ସ୍ବେଚ୍ଛାସେବୀ ଜଣକ “ମେ ଆଇ ହେଲ୍ପ ୟୁ “କର୍ମଚାରୀଙ୍କ ସହାୟତା ନେଇ ତାଙ୍କୁ ଟେକି ଆଣି ଡ୍ରେସିଙ୍ଗ୍ ରୁମରେ ଶୁଆଇଦେଇଥିଲେ। ତେବେ ସେଠାରେ ମଧ୍ୟ ଡ୍ରେସିଙ୍ଗ୍ କରୁଥିବା କର୍ମଚାରୀ ଜଣକ ରୋଗୀକୁ ଡ୍ରେସିଙ୍ଗ୍ କରିବା ପରିବର୍ତ୍ତେ କୋଠରୀ ଭିତରେ ଛାଡି ଓଲଟି ବାହାରୁ କବାଟ କିଳିଦେଇ ଚାଲି ଯାଇଥିଲେ। ସେହି ରୁମ ଭିତରେ ରୋଗୀ ଜଣକ ଥରୁ ଥିବାର ଦେଖିବାକୁ ମିଳିଥିଲା। ଏହି ଖବର ପାଇବା ପରେ କିଛି ସାମ୍ବାଦିକ ପହଞ୍ଚି ଖବର ପରିବେଷଣ ପାଇଁ ଉଦ୍ୟମ କରୁଥିବା ଦେଖି ଖବର ପାଇ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ତାଙ୍କୁ ଚିକିତ୍ସା ଆରମ୍ଭ କରିଥିଲେ।

ଏଠି ପ୍ରଶ୍ନ ଉଠୁଛି ଆମେ ଯେଉଁ ମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ଭାବି ତାଙ୍କ ପାଖକୁ ଧାଇଁ ଯାଉ ଏବଂ ଲୋକଙ୍କ ଟିକସରେ ପ୍ରତିପାଳିତ ତଥା ସେବା ପ୍ରଦାନ ପାଇଁ ନିୟୋଜିତ ସ୍ୱାସ୍ଥ୍ୟ ବିଭାଗର ଏହି ପଦାଧିକାରୀଙ୍କ ଏପରି ବ୍ୟବହାର କ’ଣ ମାନବିକତା ? ଲାଗେ ସତେ ଯେମିତି ଏମାନଙ୍କ ଭିତରୁ ମାନବିକତା ସମ୍ପୂର୍ଣ୍ଣ ହଜିଯାଇଛି। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହି ଅଘଟଣ ପରିପ୍ରେକ୍ଷୀରେ ସମ୍ପୃକ୍ତ କର୍ମଚାରୀ ଓ ଡାକ୍ତରଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ରାୟଗଡାର ସ୍ୱାସ୍ଥ୍ୟ ସେବାକୁ ବିଶ୍ୱାସ ଓ ଭରସା ଯୋଗ୍ୟ କରିବାକୁ ସାଧାରଣରେ ଦାବି ଉଠୁଛି। କାରଣ ସବୁବେଳେ କଣ ଗଣମାଧ୍ୟମ ଓ ସମାଜସେବୀ ହିଁ ରୋଗୀ ସେବାର ଦାୟିତ୍ୱ ନେଉଥିବା ସମ୍ଭବ ? ବୋଲି ପ୍ରଶ୍ନ ଉଠିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top