ଅମଳ

– ଯୋଗାନନ୍ଦ ସାହୁ

ହୃଦୟ କରୁଛି ନିତି
ଆବେଦନ ଦରଜ
ପ୍ରଣୟ କରୁଛି ତା’ର
ଆବେଦନ ଖାରଜ ।।୦।।

ଜୀବନ-କ୍ଷେତରେ ପ୍ରେମ
ଏମିତିକା ଫସଲ
ହସ ବୁଣି ଏ କ୍ଷେତରୁ
ଲୁହ କର ଅମଳ
ଲୁହ କରୁଛି ହସର
ଆବେଦନ ଖାରଜ ।।୧ ।।

ହୃଦୟ ଯେ କୋଟି କୋଟି
ସ୍ନେହ କରି କରଜ
ପ୍ରେମକୁ ଦେଉଛି ଭେଟି
ଲୁଚାଇ ତା’ ଦରଜ
ହେଲେ ସବୁ ସ୍ନେହ ତା’ର
ପ୍ରେମ କରେ ଖାରଜ ।।୨।।

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

Leave a Reply

Your email address will not be published. Required fields are marked *