ଜିଲ୍ଲା ପରିକ୍ରମା

ଅଭୟ ଚରଣ ଚଲାନଙ୍କ ଜୟନ୍ତୀ ସମାରୋହ ପାଳିତ

ଖଡିଆଳ/ନୂଆପଡା-୨୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସ୍ଥିତ ଅଗ୍ରେସନ ଭବନ ଠାରେ ଅଭୟ ଚଲାନ ସାହିତ୍ୟ ସଂସ୍କୃତି ପରିଷଦ, ଓଡିଶା ସଂସ୍କୃତି ବିଭାଗ ଏବଂ ଓଡିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ୱତ ସାଧକ, ସଂଗଠକ ତଥା ସମାଜସେବୀ ଅଭୟ ଚରଣ ଚଳାନଙ୍କ ଜୟନ୍ତୀ ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସମାରୋହରେ ପରିଷଦ ର ସଭାପତି ତଥା ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର ମହାଉତି ଅଧ୍ୟକ୍ଷତା କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଇନକମଟ୍ୟାକ୍ସ କମିଶନର ଶ୍ରୀକାନ୍ତ ଚଟର୍ଜୀ, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ସୁଶାନ୍ତ କୁମାର ନାୟକ, ମୁଖ୍ୟବକ୍ତା ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ପ୍ରଫେସର ଦାଶ ବେନହୁର ଏବଂ ପରିଷଦ ର ସଂମ୍ପାଦକ ଡ. ସୁଶାନ୍ତ କୁମାର ବିଶି ମଞ୍ଚାସୀନ ଥିଲେ। ପରିଷଦ ର କୋଷାଧ୍ୟକ୍ଷ ଅଧ୍ୟାପକ ଡ. ଶରତ ଚନ୍ଦ୍ର ଚଲାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ସଦସ୍ୟ ଆଦିତ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା ଙ୍କୁ ଅଭୟ ଚଲାନ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିବା ବେଲେ ନାଟ୍ୟକାର ଦେବାର୍ଚ୍ଚନ ମେହେର, କଣ୍ଣଶିଳ୍ପୀ ନନ୍ଦଲାଲ ବାରିକ, ଗବେଷକ ଡକ୍ଟର ଶ୍ରୀନିବାସ ଘଟୁଆରୀ ତଥା ସାହିତ୍ୟିକ ଡ. ସୁଶାନ୍ତ କୁମାର ବିଶି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ପର୍ବ କୁ ଯୁଗ୍ମ ସମ୍ପାଦକ ଗୈାରାଙ୍ଗ କୁମାର ସାହୁ ପରିଚାଳନା କରିଥିଲେ। ପ୍ରଥମ ଅଧିବେଶନ ରେ କବି ଲବଣେଶ୍ୱର ବାରିକ ଙ୍କ ପୁସ୍ତକ ଚଉତିଶା ଗୁଚ୍ଛ ଏବଂ କବି ବେଣୁଧର ପାଣ୍ଡେ ଙ୍କ ପୁସ୍ତକ ଲକ୍ଷ୍ମୀ ସହସ୍ରନାମ ଲୋକାର୍ପିତ ହୋଇଥିଲା। ପ୍ରାରମ୍ଭିକ ସଂଙ୍ଗୀତ ସଂଜୀବ କୁମାର ଦାଶ ଏବଂ ସାଥୀ ମାନେ ଗାନକରିଥିଲେ। ଠିକ ସେହପରି ଖାରବେଳ ନଗର ଶିକ୍ଷକ ସଂଘ ତରଫରୁ ମୁଖ୍ୟବକ୍ତା ଙ୍କୁ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସଂଘର ସଭାପତି ଯଶୋବନ୍ତ ନାରାୟଣ ପଣ୍ଡା ଏବଂ ସମ୍ପାଦକ ଖଗେଶ୍ୱର ସୁନାନୀ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଠିକ ସେହିପରି ଦ୍ୱିତୀୟ ଅଧିବେଶନରେ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଶିକ୍ଷାବିତ ଭଗବାନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା, ମୁଖ୍ୟ ବକ୍ତା ଭାବରେ ଆନ୍ତର୍ଜାତୀୟ ଖ୍ୟାତି ସଂମ୍ପନ୍ନ ବକ୍ତା ଡକ୍ଟର ଇଂ ଶ୍ରୀନିବାସ ଘଟୁଆରୀ ଏବଂ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଜୟନ୍ତ କୁମାର ଚଲାନ ଯୋଗଦେଇଥିବା ବେଲେ ଯୁଗ୍ମ ସମ୍ପାଦକ ହାଇକୋର୍ଟ ଆଇନଜୀବୀ ବିଭୁଦତ୍ତ ଚଲାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ତୃତୀୟ ଅଧିବେଶନ ରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ କବୟିତ୍ରୀ ଅଧ୍ୟାପିକା ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ସଂଯୋଜନା କରିଥିବା ବେଲେ କଣ୍ଣ ଶିଳ୍ପୀ ହରିଶ ବଗର୍ତ୍ତି, ହରିଶ୍ଚନ୍ଦ୍ର ବାରିକ, ନନ୍ଦଲାଲ ବାରିକ, ମନୋରଜଂନ ଜୟପୁରିଆ, ଅଶୋକ କୁମାର ବାରିକ, ସଂଜୀବ ଦାଶ, ରାସବିହାରୀ ଘିଭେଲା ଓ ବନ୍ଦନା ଚଲାନ ଭଜନ ପରିବେଷଣ କରିଥିଲେ। ପରିଷଦର ସଦସ୍ୟ ନୁର ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିବା ବେଲେ ବାଦ୍ୟ ଯନ୍ତ୍ର ଶିଳ୍ପୀ ଭାବରେ ସତ୍ୟଦେବ ବନଛୋର, ଢଲେନ୍ଦ୍ର କୁମାର ବାରିକ, ଚନ୍ଦ୍ର କୈବର୍ତ୍ତ ଏବଂ ବିନୋଦ ମୋହନ ଚଲାନ ଯୋଗଦେଇଥିଲେ। ପାରମ୍ଭରେ ଅତିଥି ମାନେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଏବଂ ଅଭୟ ଚରଣ ଚଲାନ ଙ୍କ ଫଟୋଚିତ୍ରରେ ମାଳ୍ୟାର୍ପଣ ପରେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରେ ରାଜ୍ୟ ତଥା ଖଡିଆଳ ଅଞ୍ଚଳରୁ ସତାଧିକ ଲୋକ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top