ଜିଲ୍ଲା ପରିକ୍ରମା

ଅଭିଶାପ ପାଲଟିଛି ସୂର୍ଯ୍ୟମୁଖୀ ଚାଷ, ରବି ଯାଇ ଖରିଫ ସରିବାକୁ ବସିଛି, ମିଳୁନି ମଂଜି ବିକି୍ର ଅର୍ଥ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ରବି ଋତୁରେ ସୂର୍ଯ୍ୟମୁଖୀ ଚାଷ ଏକ ଲାଭଦାୟକ ଫସଲ ଭାବେ ପରିଚିତ । ଅଳ୍ପଦିନରେ ବୁଣାବୁଣି ଓ ଅମଳ ସହ ଭଲ ଲାଭ ମିଳୁଥିବାରୁ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢିଛି । ସେଥିପାଇଁ ଧାନଚାଷର ବିକଳ୍ପ ଭାବେ ରବି ଋତୁରେ ସୂର୍ଯ୍ୟମୁଖୀ ଚାଷକୁ ବହୁ ଚାଷୀ ଏବେ ଆଦରି ନେଲେଣି । ଫଳରେ ବିଦେଶ କଂପାନୀରୁ ମୁହଁ ଫେରାଇ ଘରେ ରହି ନିଜ କ୍ଷେତ୍ରରେ ସୁନା ଫଳାଇ ଶିକ୍ଷିତ ଯୁବପିଢି ଆତ୍ମ ନିର୍ଭରଶୀଳ ହେବା ପାଇଁ ଅଣ୍ଟା ଭିଡିଛନ୍ତି । ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ର ନଈଘେରଦ ସହ ବିଭିନ୍ନ ପଂଚାୟତର ଶହ ଶହ ହେକ୍ଟର ଜମିରେ ଗତ ରବିଋତୁରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିଲା । ବାସୁଦେବପୁର ବ୍ଲକ୍ର ଇରମ୍, ଉଡାଡ, ଭାତପଡା, କୁମାରପୁର, ନୂଆଗାଁ, ଅଡୁଆଁ, ଆଡିଆ, ଚୂଡାମଣି ଆଦି ଅଂଚଳରେ ଚଳିତ ବର୍ଷ ଏହି ଚାଷ କରାଯାଇଥିଲା । ବୁଣାବୁଣିଠାରୁ ଅମଳ ଯାଏ ଅମାନିଆ ବର୍ଷା ଓ କାଳବୈଶାଖୀ ତାଣ୍ଡବରେ ବହୁ ସଂଘର୍ଷ କରି ଚାଷୀମାନେ ମଂଜି ଆମଦାନୀ କରିଥିଲେ । କୃଷି ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ବ୍ଲକ୍ରେ ୧୮୦ ରୁ ଉଦ୍ଧ୍ୱର୍ ହେକ୍ଟର ଚାଷଜମିରେ ସୂର୍ଯ୍ୟମୁଖୀ ଚାଷ କରାଯାଇଥିଲା । ଚାଷ ଆରମ୍ଭରୁ ସରକାର ବିନା ମୂଲ୍ୟରେ ସୂର୍ଯ୍ୟମୁଖୀ ମଂଜି, ରୋଗପୋକ ପାଇଁ କୀଟନାଶକ ଓ ସାର ମଧ୍ୟ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଥିଲା । ଏହି ଚାଷ ପାଇଁ ବୀମା ବ୍ୟବସ୍ଥା ନଥିବାରୁ କେତେକାଂଶରେ ବୈଶାଖୀ ମାଡରୁ ଚାଷୀ କ୍ଷତିଗ୍ରସ୍ତ ହୋଇ ସଂକଟ ମଧ୍ୟକୁ େଂଲି ହୋଇଥିଲେ । ହେଲେ ଅମଳ ପରେ ପ୍ରତିବର୍ଷ ପରି ଅଭାବୀ ବିକ୍ରୀର  ସମ୍ମୁଖୀନ ହେଲେ ଚାଷୀ ମଂଜି ବିକି୍ର ପାଇଁ ଚାଷୀ ବାରଦୁଆର ହେବା ପରେ ସରକାରଙ୍କ ମାର୍କଫେଡ୍ ସଂସ୍ଥା ମଂଜି କିଣିବା ପାଇଁ ହାତ ବଢାଇଥିଲା । ସ୍ଥାନୀୟ ସମବାୟ ସମିତି ଜରିଆରେ ବାସୁଦେବପୁର ଅଂଚଳରୁ ପାଖାପାଖି ହଜାରେ କ୍ୱିଣ୍ଟାଲ ମଂଜି ୪୧ ଶହ ଟଙ୍କା ଦରରେ କ୍ରୟ କରିଥିଲେ । ମାତ୍ର ମାସ ମାସ ବିତିଯାଇଥିଲେ ବି ମଂଜି ବିକି୍ର ଅର୍ଥ ଏଯାଏ ମିଳୁନାହିଁ । ଏପଟେ ହାଡଭଂଗା ଶ୍ରମ ଓ ବିନିଯୋଗ କରିଥିବା ଅର୍ଥର ଋଣଭାର ଚାଷୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପ୍ରତିବର୍ଷ ଚାଷୀ ଅଭାବୀ ବିକି୍ରର ସମ୍ମୁଖୀନ ହୋଇ ମଂଜି ଦଲାଲଙ୍କୁ ବିକି୍ର କରି ମୂଳ ଦୁଇ ପଇସା ସିଧାସଳଖ ପାଇ ଯାଉଥିଲା । ହେଲେ ସରକାରଙ୍କ ଉପରେ ନିର୍ଭର କରି ଚାଷୀ କଣ ପାଉଛି, ତାହା ଏବେ ସୂର୍ଯ୍ୟମୁଖୀ ଚାଷୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ବହୁ ଆଡମ୍ବର ଲଘୁକି୍ରୟା ଭଳି ଆରମ୍ଭରୁ ସରକାର ବହୁ ଆଶା ଭରସା ଦେଖାଇଲେ, ଅମଳ ପରେ ଚାଷୀଙ୍କୁ ଦାରୁଣ ଦୁଃଖ ହେଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରତିବର୍ଷ ସମସ୍ୟା ଦେଖାଦେଉଥିଲାବେଳେ ସରକାର ସମାଧାନ ବାହାର କରୁନାହାଁନ୍ତି । ଚାଷୀମାନଙ୍କୁ ବାରମ୍ବାର କ୍ଷତି ସହିବାକୁ ପଡୁଛି । ଏହି ସମସ୍ୟା ଯଦି ଲାଗିରହେ, ସୂର୍ଯ୍ୟମୁଖୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ କମିବ ବୋଲି ଚାଷୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top