ଅଭିଯୋଗକାରୀଙ୍କୁ ପୁଲିସର ମାଡ ଅଭିଯୋଗ

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅପରାଧି ବିରୁଦ୍ଧରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବସ୍ତି ସୁରକ୍ଷା ମଞ୍ଚ ନେତାଙ୍କୁ ପୁଲିସର ମାଡ ଅଭିଯୋଗ ଏହାର ପ୍ରତିବାଦରେ ମଞ୍ଚ ପକ୍ଷରୁ ଶୋଭାଯାତ୍ରା ସହ ଏସ୍ ପିଙ୍କ କାର୍ଯ୍ୟାଳୟ ଘେରଉ କରାଯାଇଛି। ଗତକାଲି ବସ୍ତି ସୁରକ୍ଷା ମଞ୍ଚର ଦୁର୍ଗାମାଧବ ସାହୁ, ଗଜକ୍ଷ୍ମୀ ଲେନର କିଛି ବସ୍ତି ବାସିନ୍ଦାଙ୍କ ସହ ଜଣେ ଚୋରକୁ ଧରି ଥାନାକୁ ନେଇ ଯାଇଥିଲେ। ଏହି ସମୟରେ ହଠାତ୍ ଥାନାର ଏଏସ୍ ଆଇ ଲକ୍ଷ୍ମୀଧର ଛୋଟରାୟ ଉତ୍ କ୍ଷିପ୍ତ ହୋଇ ଦୁର୍ଗାମାଧବଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଗାମାଧବ ବସ୍ତି ସୁରକ୍ଷା ମଞ୍ଚର ସମ୍ପାଦକ। ତାଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ନାହିଁ। ମାଡ ମାରିଥିବା ଏଏସ୍ ଆଇଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ ଦାବି କରିଛି ବସ୍ତି ସୁରକ୍ଷା ମଞ୍ଚ।

Leave a Reply

Your email address will not be published. Required fields are marked *