ଜିଲ୍ଲା ପରିକ୍ରମା

ଅଭିଯୁକ୍ତମାନଙ୍କ ଗିରଫ ନକରିବା ପ୍ରତିବାଦରେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତ ୧ ତାରିଖ ଦିନ ଏହି ଜିଲାର ବାଂଶଡା ଥାନା ଅଧୀନସ୍ଥ ଦକ୍ଷିଣ ଧାମରା ନିବାସୀ ଖଗେଶ୍ୱର ମାଝୀଙ୍କ ତାରିଣୀ ଛକରେ ଥିବା ମା’ ଧାମରାଈ ନାମକ ହୋଟେଲରେ ଖାଇବାକୁ କେନ୍ଦ୍ର କରି ଭଂଗାରୁଜା ସହ ତାଙ୍କ ସାନପୁତ୍ର ଅଜୟକୁ ଅପହରଣ କରିଥିବା ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ପୁଲିସ୍ ଅଦ୍ୟାବଧି ଗିରଫ ନକରିବା ପ୍ରତିବାଦରେ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ ପରିବାର ସହ ମାନବାଧିକାର କର୍ମୀ ରାଜଲକ୍ଷ୍ମୀ ମହାପାତ୍ର ଓ ଚୈତାଳି ଖିଲାରଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଗଣଧାରଣା ଦେଇଥିଲେ । ତେବେ ନୂତନ ଭାବେ ଯୋଗ ଦେଇଥିବା ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ୍ ୪ ଦିନ ମଧ୍ୟରେ ଏହି ଘଟଣାର ତଦନ୍ତ କରାଯାଇ ପ୍ରକୃତ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ଉକ୍ତ ଗଣଧାରଣା ପ୍ରତ୍ୟାହୃତ ହୋଇଛି । ଏଠାରେ ସୂଚନାଯୋଗ୍ୟ  ଏହି ଜିଲାର ବାଂଶଡା ଥାନା ଅଧୀନସ୍ଥ ଦକ୍ଷିଣ ଧାମରା ନିବାସୀ ଖଗେଶ୍ୱର ମାଝୀଙ୍କର ମା’ ଧାମରାଈ ନାମକ ଏକ ହୋଟେଲ ତାରିଣୀ ଛକରେ ରହିଛି । ଗତ ୧ ତାରିଖ  ଦିନ ପ୍ରାୟ ୧୧ଟା ସମୟରେ ଶାସକ ଦଳର କେତେକ ବ୍ୟକ୍ତି ହୋଟେଲକୁ ଖାଇବାକୁ ଆସି ପଇସା ମାଗିବାରୁ ତା ଦେଇନଥିଲେ । ଅପରପକ୍ଷେ ପାଇକସାହି ନିବାସୀ ଗଂଗାଧର ଦାସଙ୍କ ପୁତ୍ର ପରୀକ୍ଷିତଙ୍କ ନିଦେ୍ର୍ଦଶରେ ଦୋକାନକୁ ଭଂଗାଭଂଗି କରି ବେଂଚ୍ଗୁଡିକ ବିଚ୍ ରାସ୍ତାରେ କଚାଡି ଭାଂଗିଥିଲେ । ପ୍ରତିବାଦ କରିବାରୁ କର୍କଟ ପୀଡିତା ଅଯୋଧ୍ୟା ଓ ତାଙ୍କ ସ୍ୱାମୀ ଖଗେଶ୍ୱରଙ୍କୁ ନାରକୀୟ ଭାବେ ରାସ୍ତାରେ ଘୋଷାଡି ତାଙ୍କ ସାନପୁତ୍ର ଅଜୟଙ୍କୁ କେଉଁଆଡେ ଅପହରଣ କରିନେଇଥିଲେ । ଏବଂ ରାତି ସୁଦ୍ଧା ହୋଟେଲକୁ ପୋଡିଦେବା ସହ ଅଯୋଧ୍ୟାଙ୍କ ଇଜ୍ଜତ ନେଇ ହତ୍ୟା କରିବାର   ଚେତାବନୀ ଦେଇଥିଲେ । ଏହି ଘଟଣାରେ ସେମାନେ ପ୍ରଥମେ ସ୍ଥାନୀୟ ଧାମରା ଫାଣ୍ଡିକୁ ଯାଇ ଅଭିଯୋଗ ପତ୍ର ଦେଇଥିଲେ ମଧ୍ୟ ଅଭିଯୁକ୍ତମାନେ ପ୍ରଭାବଶାଳୀ ହୋଇଥିବାରୁ ତାହାକୁ କେହି ଗ୍ରହଣ କରିନଥିଲେ । ଏଣୁ ପତି-ପତ୍ନୀ ସପରିବାର ବାଧ୍ୟ ହୋଇ ସେହିଦିନ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ ଏସ୍ପିଙ୍କ କାର୍ଯ୍ୟାଳୟରେ ଥିବା ଏସ୍ଡିପିଓ ତରୁଣ କୁମାର ଦାସ ବାଂଶଡା ଥାନାକୁ ନିଦେ୍ର୍ଦଶ ଦେବା ସହ ତାଙ୍କ ପୁତ୍ର ଉଦ୍ଧାର ହୋଇ ସେଠାରେ ଥିବା ସୂଚନା ଦେଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ଅଭିଯୁକ୍ତମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଏବଂ ନ୍ୟାୟ ନମିଳିଲେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ ହେବାର ଚେତାବନୀ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top