ଅଭିନେତ୍ରୀ ମହାଶ୍ୱେତା ରାୟ ବିଜେପିରେ ଯୋଗଦେବେ

ଭୁବନେଶ୍ୱର ୧୧-୨ (ଓଡ଼ିଆ ପୁଅ) ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ଅଭିନେତ୍ରୀ ମହାଶ୍ୱେତା ରାୟ ବିଜେପିରେ ଯୋଗଦେବେ। ନିକଟରେ ମହିର ଦାସ ଏବଂ ଅନୁ ଚୌଧୁରୀ ବିଜେପିରେ ସାମିଲ ହେବା ପରେ ସୋମବାର ମହାଶ୍ୱେତା ରାୟ ପଦ୍ମ ଧରିବାକୁ ଯାଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ମହାଶ୍ବେତା ବିଜେପିରେ ଯୋଗଦେବେବୋଲି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟଯେ, ପୂର୍ବରୁ ଅଭିନେତା ଅଜିତ୍ ଦାସ, ଶ୍ରୀତମ ଦାସ, ପିଣ୍ଟୁ ନନ୍ଦ, ହରିହର ନାୟକ, ପିଙ୍କି ପ୍ରଧାନ, ମିହିର ଦାସ, ଅନୁ ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *