ଓଡ଼ିଶା

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ହ୍ୟାଲୋ ଆର୍ସିରେ ଅଭିନୟ ପାଇଁ ପ୍ରକୃତି ମିଶ୍ର ହେବେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ

ନୂଆଦିଲ୍ଲୀ ୦୨ ମଇ (ଓଡ଼ିଆ ପୁଅ) – ଓଡିଆ ଚଳଚିତ୍ର ‘ହ୍ୟାଲୋ ଆର୍ସି’ର ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନୂଆ ଦିଲ୍ଲୀ ଠାରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତା କାଲି ପ୍ରକୃତି ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ରାଷ୍ଟ୍ରୀୟ ପୁରସ୍କାର ମିଳିବ।

ଶ୍ରୀ ପ୍ରଧାନ ପ୍ରକୃତି ମିଶ୍ରଙ୍କର ନିଖୁଣ ଅଭିନୟ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଅଭିନୟକୁ ଆହୁରି ଆଗକୁ ବଢାଇ ଓଡିଶା ପାଇଁ ଆହୁରି ସୁନାମ ଓ ଗର୍ବ ଆଣିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ହ୍ୟାଲୋ ଆର୍ସି ମଧ୍ୟ ଶ୍ରେଷ୍ଠ ଓଡିଆ ଚଳଚିତ୍ର ଭାବେ ମନୋନୀତ ହେବା ସହ ସଂଳାପ ବର୍ଗରେ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଛି। ପ୍ରକୃତି ମିଶ୍ରଙ୍କ ସହିତ ହ୍ୟାଲୋ ଆର୍ସିର ଟିମ ନୂଆଦିଲ୍ଲୀରେ ଅବସ୍ଥାନ କରୁଛନ୍ତି ଓ ଆସନ୍ତା କାଲି ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହେବାର କାର୍ଯ୍ୟକ୍ରମ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top