ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କ ଚିକିତ୍ସା ସହାୟତା ପାଇଁ ନାଟକ ମଞ୍ଚସ୍ଥ

ପୁରୀ:୨୩/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମଞ୍ଚ ନାଟକରେ ନିଜର ସୃଜନଶୀଳ ଅଭିନୟ ପାଇଁ ଜୟଦେବ ପୁରସ୍କାର, ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଏକାଧିକ ସମ୍ମାନ ସାଉଁଟିଥିବା ବିଶିଷ୍ଟ ଅଭିନେତା ରାମଚନ୍ଦ୍ର ପ୍ରତିହାରୀ ଏବେ ଜୀବନର ସୟାହ୍ନରେ। ରୋଗ ଶଯ୍ୟାରେ ପଡିଥିବା ଏହି ବର୍ଷିୟାନ କଳାକାରଙ୍କ ଚିକିତ୍ସା ସହାୟତା ପାଇଁ ଶ୍ରୀକ୍ଷେତ୍ର ନାଟ୍ୟ ମହାସଂଘର ଆୟୋଜନରେ ରଙ୍ଗଶାଳା ପକ୍ଷରୁ ହିନ୍ଦୀ ନାଟକ ‘ସର୍ଜନା’ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ମଞ୍ଚସ୍ଥ ହୋଇଯାଇଛି। ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶନା ଏବଂ ଗଣେଶ୍ୱର ମହାପାତ୍ରଙ୍କ ରଚନାରେ ମଞ୍ଚସ୍ଥ ଏହି ନାଟକର ବିଭିନ୍ନ ଭୂମିକାରେ ଶମ୍ଭୁନାଥ ହୋତା, ଗୌରୀରଞ୍ଜନ ବାରିକ, ରମେଶ ଚନ୍ଦ୍ର ଦାସ, କୃଷ୍ଣପ୍ରସାଦ ମିଶ୍ର, ଦିବ୍ୟଜ୍ୟୋତି ସାହୁ, ହରିହର ଦଳେଇ, ପୃଥୀରାଜ ମଙ୍ଗରାଜ, ନିରାକାର ପଣ୍ଡା, ପଙ୍କଜ ପ୍ରଧାନ, ମନୋରଞ୍ଜନ ଜେନା, ଦିବ୍ୟମ୍ ସାହୁ, ଗୀତାଞ୍ଜଳି ବେହେରା, ଶୁଭ୍ରାଂଶୀ ପୁରୀ, ଶୁଭଲକ୍ଷ୍ମୀ ପ୍ରଧାନ, ଅଙ୍କିତା ଭଦ୍ର, ସୌମ୍ୟଶ୍ରୀ ବେହେରା, ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ବିନୟ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ମାଷ୍ଟର ରାଜ। ଶରତ ମହାନ୍ତି ମଞ୍ଚସଜ୍ଜା ଓ ଦେବାନନ୍ଦ ନାୟକ ଆଲୋକ ସଜ୍ଜା ଦାୟିତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *