ଅଭିନବ ଉପାୟରେ ଲୁଣ ଟ୍ରକରେ ଚୋରା ଗଜେଂଇ ଚାଲାଣ, ୧୫୯୮ କେଜି ଗଜେଂଇ ଓ ଟ୍ରକ ଜବତ, ୨ ଜଣ ଗିରଫ

ମାଲକାନଗିରି, ୨୭ା୫ (ଓ଼ଡିଆ ପୁଅ ) ଅଭିନବ ଉପାୟରେ ଏକ ଲୁଣ ଟ୍ରକରେ ଗଜେଂଇ ଆନ୍ଧ୍ର ପ୍ରଦେଶରୁ ମହାରାଷ୍ଟ୍ରକୁ ଚୋରା ଚାଲାଣ ହେଉଥିବା ସମୟରେ ଓରକେଲ ପୁଲିସ ଜବତ କରି ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଅଚଂଳରେ ପୁଲିସ ପକ୍ଷରୁ ଚଢାଉକରି ବେଆଇନ ଭାବେ ଚୋରା ଗଜେଂଇ ଚାଲାଣ କାରି ମାନଙ୍କୁ ଗିରଫ କରିବା ସହିତ କୋଟି କୋଟି ଟଙ୍କାର ଗଜେଂଇ ଜବତ ଚାଲିଛି। ଆନ୍ଧ୍ରପ୍ରଦେଶରୁ ଏକ ଗଜେଂଇ ବୋଝେଇ ଟ୍ରକ ବାଲିମେଳା ରାସ୍ତାରେ ଆସୁଥିବାର ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏସଡିପିଓ ମାନସ ରଜଂନ ବାରିକଙ୍କ ନେତୃତ୍ୱରେ ଭୁବନେଶ୍ୱର ନାର୍କୋଟିମ କଟ୍ରୋଂଲ ଅଧିକାରୀ, ଓରକେଲ ଥାନା ସବଇନିସପେକ୍ଟର ସରୋଜ କୁମାର ସେଠୀ, ମାନସ ସ୍ୱାଇଁ ଓ ପୁଲିସ ସଦଳବଳ ଚିତ୍ରକୋଣ୍ଡା ଘାଟି ବାଲିମେଳା ଛକ ନିକଟରେ ଗତକାଲି ରାତ୍ରରେ ଜଗି ରହିଥିଲେ, ଘାଟି ରାସ୍ତାରୁ ଉକ୍ତ ଟ୍ରକଟି ତଳକୁ ଆସୁଥିବା ସମୟରେ ପୁଲିସ ସେ ଟ୍ରକକୁ ଅଟକାଇ ଉକ୍ତ ଟ୍ରକକୁ ଜାଚଂ କରିଥିଲେ। ଟ୍ରକଟିକୁ ଜାଚଂ କରିବାରୁ ସେଥିରେ ଲୁଣବସ୍ତା ଭିତରୁ ଗଜେଂଇ ବୋଝେଇ ହୋଇଥିବାର ଦେଖିବାକୁ ପାଇଥିଲେ। ଟ୍ରକରେ ବସିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରି ଗଜେଂଇ ଟ୍ରକଟିକୁ ଜବତ କରି ଓରକେଲ ଥାନାକୁ ନେଇଯାଇଥିଲେ। ଆଜି ସକାଳେ ଜବତ ଗଜେଂଇ ଗୁଡିକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଓଜନ କରିଥିଲେ। ଲୁଣବସ୍ତାରେ ୧୫୯୮ କେଜି ଉନ୍ନତ ମାନର ଗଜେଂଇ ମିଳିଥିଲା। ଗିରଫ ହୋଇଥିବା ଏମ ଭେଙ୍କଟ ଶ୍ୱରାଲୁ ଓ ଚାଟିଂ ସୁରେଶ ଏହି ଦୁଇଜଣ ବ୍ୟକ୍ତିଙ୍କ ନିଜ ଘର ଆନ୍ଧ୍ର ପ୍ରଦେଶ ବେଦାନଗର କୁରନୋଲ ଅଚଂଳରେ।

ସେମାନେ ଆନ୍ଧ୍ରପ୍ରଦେଶ ଆଚିତାପୁରମରୁ ଲୁଣ ଟ୍ରକରେ ଗଜେଂଇ ବୋଝେଇ କରି ମହାରାଷ୍ଟ୍ରର ନାସିକ ଅଚଂଳକୁ ଚୋରାଚାଲାଣ କରୁଥିଲେ। ଜବତ ଗଜେଂଇର ମୂଲ୍ୟପ୍ରାୟ ୨କୋଟି ଟଙ୍କାରୁ ଉର୍ଦ୍ଧ୍ୱହେବ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ ଯେ ଚିତ୍ରକୋଣ୍ଡାରେ ଏସଡିପିଓ ଭାବେ ମାନସ ରଜଂନ ବାରିକ ଯୋଗଦେବା ପରଠାରୁ ଗତ ମାସକ ମଧ୍ୟରେ ପ୍ରାୟ ୬ଟିରୁ ଉର୍ଦ୍ଧ୍ୱ ଚୋରା ଗଜେଂଇ କେସ ସହ ୫ ଟନ ପାଖାପାଖି ଚୋରା ଗଜେଂଇ ଜବତ ହୋଇଛି ଯାହାର ମୂଲ୍ୟପ୍ରାୟ ୭ କୋଟି ଟଙ୍କାରୁ ଉର୍ଦ୍ଧ୍ୱହେବ ବୋଲି ଜଣାପଡିଛି। ଚୋରାବେପାରିମାନେ ଚିତ୍ରକୋଣ୍ଡା ବିଛିନ୍ନାଚଂଳରୁ ଗଜେଂଇ କ୍ରୟକରି ମାଲକାନଗିରି ପୁଲିସକୁ ଚକମା ଦେବାପାଇଁ ସିଧାସଳଖ ଭାବେ ଗଜେଂଇକୁ ମାଲକାନଗିରିକୁ ନ ଆଣି ଆନ୍ଧ୍ରପ୍ରଦେଶର ଦାରାକୋଣ୍ଡା ଅଚଂଳକୁ ନେଇ ସେଠାରେ କେତେବେଳେ ନଡିଆ, କଦଳୀ ବୋଝେଇ ଟ୍ରକତ ଆଉ କେତେବେଳେ ଲୁଣ, କୁଣ୍ଡା, ଆମ୍ବ ବୋଝେଇ ଗାଡିରେ ଗଜେଂଇ ଭର୍ତି କରି ଚୋରା ଚାଲାଣ କରୁଥିବାର ଜଣାପଡିଛି। ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ଚୋରା ଗଜେଂଇ ବେପାରୀଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନାସ୍ଥ ଦୁର୍ଗମ ମାଓପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରା ଗଜେଂଇ ଚାଷ ହୋଇଥାଏ, ଏହି ସବୁ ଅଚଂଳ ମାଓ ପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଜେଂଇ ମାଫିଆମାନେ ଗଜେଂଇ ଚାଲାଣ କରିବାରେ ସଫଳ ହେଉଛନ୍ତି।

Leave a Reply

Your email address will not be published. Required fields are marked *