ଜିଲ୍ଲା ପରିକ୍ରମା

ଅଭିନବ ଉପାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଅର୍ଥ ହରିଲୁଟ୍ ହେଉଛିି

ଯାଜପୁର, ୧୪/୦୭ (ଓଡିଆ ପୁଅ/ମାନସ ରାଉତ) ଯାପୁର ଜିଲ୍ଳାର ବଡ଼ଚଣା ବ୍ଳକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ତାଙ୍କର ସଠିକ୍ ଅର୍ଥ ମିଳୁନଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ ଅନ୍ତଭୁର୍କ୍ତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଅର୍ଥକୁ ହରିଲୁଟ୍ କରାଯାଉଥିବା ବେଳେ ପାଇଖାନା ପାଇଁ ଆସୁଥିବା ଟଙ୍କାକୁ ହିତାଧିକାରୀଙ୍କୁ ଦିଆଯାଉନଥିବା ଅଭିଯୋଗ ହେଉଛି। ଅଭିନବ ଢଙ୍ଗରେ ଜି.ଆର.ଏସମାନେ ବ୍ଲକ୍ କର୍ତ୍ତୁପକ୍ଷଙ୍କୁ ହାତ କରି ଏହି ଅର୍ଥକୁ ହରିଲୁଟ୍ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଜଣେ ହିତାଧିକାରୀ ୧ ଲକ୍ଷ ୩୦ ହଜାର ଟଙ୍କା ପାଇବାର ସରକାରୀ ନିର୍ଦ୍ଦେଶନାମା ରହଅଛି। ସେଥିମଧ୍ୟରୁ ମହତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠିରୁ ୧୬ହଜାର ୫ଶହ ଟଙ୍କା ମିଳିବା ନିୟମ ଥିଲାବେଳେ ଏହା ସହ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ରଖାଯାଇଛି। ନିଦ୍ଧାରିତ ସମୟ ଭିତରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କଲେ ୨୦ହଜାର ଟଙ୍କା ବୋନସ ରାଶି ମିଶି ଦିଆଯିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସବୁ ଟଙ୍କାକୁ କର୍ମଚାରୀମାନେ ହଡ଼ପ କରୁଥିବା ନେଇ ସମିଆ ଓ ଦେହୁରିଗଡ଼ା ଗ୍ରାମର ଅନାମ ନାୟକ, କେଶବ ପ୍ରଧାନ, ଦୀଲିପ ବେହେରା, ଅଜୟ ମହାନ୍ତି, ରବିନ୍ଦ୍ର ବେହେରା, ବିଜୟ କୁମାର ବ୍ରହ୍ମ ପ୍ରମୁଖ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟି ପ୍ରତ୍ୟକ ହିତାଧିକାରୀଙ୍କୁ ମନେରେଗା ବାବଦରେ ମିଳିବାକୁ ଥିବା ୧୬ହଜାର ୫ଶହ ଟଙ୍କା ପାଇଁ ହିତାଧିକାରୀର ପରିବାର କିମ୍ବା ସମ୍ପର୍କିୟ ଲୋକଙ୍କ ଜବ୍କାର୍ଡ଼କୁ ଏଥିରେ ଅନ୍ତଭୁକ୍ତ କରାଯାଏ। ଏହି ପଇସା ଜବ୍କାର୍ଡ଼ ଧାରିଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥାଏ। ତେବେ ପଞ୍ଚାୟତରେ ଥିବା ଗ୍ରାମ୍ୟ ରୋଜଗାର ସେବକମାନେ ଏହି ଜବ୍କାର୍ଡ଼କୁ ବଦଳାଇଦେଇଥାନ୍ତି। ସେମାନେ ଅନୁପସ୍ଥିତ ଥିବା ଦର୍ଶାଇ ନିଜ ସମ୍ପର୍କୀୟଙ୍କ ନାମରେ ଥିବା ଜବ୍କାର୍ଡ଼କୁ ସେଥିରେ ବ୍ୟବହାର କରିଥାନ୍ତି। ଯେଉଁଥିପାଇଁ ଆବାସ ଯୋଜନା ପାଇଥିବା ହିତାଧିକାରୀ ଏହି ଅର୍ଥ ପାଇବାରୁ ଅକ୍ଷମ ହୋଇଥାଏ। ସେହିପରି ପାଇଖାନା ତିଆରି କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଦେଶ ଆବଶ୍ୟକ ହୋଇଥାଏ ଓ ତାର ବିଲ୍ ଅନ୍ୟ ଏକ ବିଭାଗ କରିଥାଏ। ମାତ୍ର ଆବାସ ଯୋଜନାରେ ପାଇଖାନାକୁ ସାମିଲ କରିଦିଆଯିବା କ୍ଷେତ୍ରରେ ଏହି କାର୍ଯ୍ୟାଦେଶ ଦିଆଯାଇନଥାଏ। ହିତାଧିକାରୀ ଘର କାମ, ପାଇଖାନା କାମ ସାରି ବ୍ଲକ୍କୁ ଗଲାବେଳେକୁ କେବଳ ୧ ଲକ୍ଷ ୧୦ ହଜାର ପାଇବାକୁ ହକ୍ଦାର ହୋଇଛି। ଏଣେ ପାଇଖାନା ନକଲେ ଆବାସ ପାଣ୍ଠିରୁ ଉଦ୍ଧିଷ୍ଟ ଅର୍ଥ ମଧ୍ୟ ଦିଆଯାଉ ନାହିଁ। ଏପରିକି ଯେଉଁମାନେ ଆବାସ ଯୋଜନା ସହିତ ପାଇଖାନା କାର୍ଯ୍ୟାଦେଶ ପାଇଛନ୍ତି ସେମାନେ ମଧ୍ୟ ସ୍ଥଳ ବିଶେଷରେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବଡ଼ଚଣା ବି.ଡ଼ି.ଓ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରୁ ଯଦି କୌଣସି ଗ୍ରାମ୍ୟ ରୋଜଗାର ସେବକମାନେ ଏଭଳି କାମ କରୁଥାନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ଯଦି କାହାର କିଛି ଅସୁବିଧା ଥାଏ ତେବେ ମୋତେ ଶିଘ୍ର ଜଣାଇଲେ ତାହାର ତୁରନ୍ତ ସମାଧାନ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top