ଓଡ଼ିଶା

ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ’ : ଖାରବେଳ

ଭୁବନେଶ୍ୱର-( ବିରଞ୍ଚି ନାରାୟଣ ପତ୍ରୀ  ): ଏକ ଓଡିଆ ବୈଦୁତିକ ଚ୍ୟାନେଲରେ ଆଲୋଚନାରେ ପୂବତନ ସଂସଦ ଐରଖାରଵେଳ ସ୍ୱାଇଁ କହିଛନ୍ତି ଯେ ଅଭିଜିତ୍ ଆୟର ମାମଲାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ଭାବେ ରାଜନୀତିକ ଉଦ୍ଦେଶ୍ୟପ୍ରଣୋଦିତ। ଦୁଇମାସ ପୂର୍ବରୁ ଓଡ଼ିଶାର କେହି ଅଭିଜିତ୍ ଆୟରଙ୍କୁ ଜାଣିନଥିଲେ। ସେଭଳି ଜଣେ ବ୍ୟକ୍ତିଙ୍କ କଥାକୁ କାହିଁକି ଆମେ ଗୁରୁତ୍ୱ ଦେଉଛୁ। ଯେଉଁ ଲୋକ ମୋ’ ପାଇଁ ଗୁରୁତ୍ୱହୀନ ତା’ କଥାରେ ମୋର ସ୍ୱାଭିମାନ ଆଘାତ କାହିଁକି ପାଇବ? ସମଗ୍ର ଶାସକ ଦଳ ଓ ପ୍ରଶାସନିକ ବ୍ୟବସ୍ଥା କେବଳ ଜଣେ ଟାଣୁଆ ନେତାଙ୍କୁ ଟାର୍ଗେଟ୍ କରିବାକୁ ରାଜନୀତିକ ଆକ୍ରୋଶ ରଖି ଏଭଳି କାର୍ଯ୍ୟ କରୁଛି।ଓଡ଼ିଶା ବିଧାନସଭାରେ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବା ବେଳେ ଏଭଳି ଏକ କଥାକୁ ସେମାନେ କାହିଁକି ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିବା ସହ ବିଧାୟକମାନଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି।
ବିଧାନସଭା ଗୃହ କମିଟିର ଏଭଳି ଆଚରଣକୁ ସେ ନାପସନ୍ଦ କରିଛନ୍ତି। ଓଡ଼ିଶା ବିଧାନସଭା ଏବେ ହୀନମାନ୍ୟତା(inferiority complex)ର ଶିକାର ହୋଇଛି। ମୁଁ ଏଭଳି ସତ କଥା କହିଥିବାରୁ ମୋ ବିରୋଧରେ ମଧ୍ୟ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ପାଇଁ ଶ୍ରୀ ସ୍ୱାଇଁ ଚ୍ୟାଲେଞ୍ଜ କରିଛନ୍ତି।
ରାଜନୀତିକ ବିରୋଧୀମାନଙ୍କୁ ହଇରାଣ କରିବା କାର୍ଯ୍ୟରୁ ସରକାର ବିରତ ରହିବା ଉଚିତ୍। ଅଭିଜିତ୍ ଆୟର ମିତ୍ର ପୂର୍ବରୁ କ୍ଷମା ମାଗିସାରିଛନ୍ତି। ଆମ ପାଖରେ ପୂର୍ବରୁ ଅନେକ ଉଦାହରଣ ରହିଛି ଯେଉଁଠି କ୍ଷମା ମାଗିବା ସହ ଅବମାନନା ମାମଲାର ସମାଧାନ ହୋଇଯାଏ। ଯଦି ସରକାର ପ୍ରତିଶୋଧପରାୟଣ ନୁହନ୍ତି ତା’ହେଲେ କାହିଁକି ଅଭିଜିତ୍ ମାମଲାରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।.

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top