କେନ୍ଦୁଝର

ଅବ୍ୟବସ୍ଥା ମଧ୍ୟରେ ରାଜନଗର ଦଧିବାମନ ଜୀଉଙ୍କ ଚନ୍ଦନ ଯାତ୍ରା ଶେଷ

ତୁରୁମୁଙ୍ଗା ୩-୫ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ପ୍ରାଚୀନ ଦଧିବାମନ ଜୀଉ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଚନ୍ଦନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲି ଥିଲା। ଜୀଉଙ୍କ ଚଳନ୍ତି ପ୍ରତିମା ପ୍ରତହ୍ୟ ବୈତରଣୀ ଶୋଇବ୍ୟକବେରୀ ତୀର୍ଥ ଘାଟରେ ଚାପ ଖେଳଇଥାନ୍ତି। ଅତି ପୁରୁଣା ଫଟା ଡଙ୍ଗା ହୋଈ ଥିବାରୁ ଜୀଉ କୌଣସି ଦିନ ଚାପ ଖେଳି ପାରିନାହାନ୍ତି। କେବଳ ସୁସଜ୍ଜିତ ବିମାନରେ ଯାଇ ନଦୀ କୂଳରୁ ଫେରି ଆସୁଥିଲେ। ଠାକୁରଙ୍କ ନୀତିରେ ବ୍ୟାଘାତ ହୋଇଥିବାରୁ ଭକ୍ତ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ତୀଵ୍ରତର ହୋଇଛି। ମନ୍ଦିର ପରିଚାଳନା କମିଟିର ପୁନର୍ଗଠନ ହେଉନଥିବାରୁ ଦେଵନୀତିରେ ବିଭ୍ରାଟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। କୋଠ ତହସିଲଦାରଙ୍କ ବୟସାଧିକ କାରଣ ଯୋଗୁଁ ଇସ୍ତଫା କରିଥିଲେ ହେଁ ଏ ଯାଏ ଦେବତ୍ତର ବିଭାଗ ତରଫରୁ ବିଭାଗ ପରିଚାଳନା କମିଟିର ପୁନର୍ଗଠନ ନ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତୀଵ୍ରତର ହୋଇଛି। ଆଗକୁ ରଥଯାତ୍ରା ଆସୁଥିବାରୁ ଏକ ସୁ ସଂଗଠିତ ପରିଚାଳନା କମିଟି ଗଠନ ପାଇଁ ଦାବି ହେଉଛି ଘଟଣା ସମ୍ପର୍କରେ ଦେବୋତ୍ତର ବିଭାଗ ଅଧିକାରୀ ଉପଜିଲ୍ଲାପାଳ ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଆମ ପ୍ରତିନିଧିଙ୍କ ଫୋନ ଉଠାଇ ନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top