ଓଡ଼ିଶା

ଅବ୍ୟବସ୍ଥା ଘେରରେ ସ୍ରୀଷ୍ଟୀର ମହିଳା ମିଳନ ଦିବସ

ହରିଚନ୍ଦନପୁର,ତା୧୭.୦୩(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଠାରେ ଚାଲିଛି ଅବ୍ୟବସ୍ଥା ଘେରରେ ସ୍ରୀଷ୍ଟୀର ମହିଳା ମିଳନ ଦିବସ । ସୂଚନା ମୁତାବକ ଶନିବାର ଦିନ ସ୍ରୀଷ୍ଟୀ ଏନଜିଓ ସଂସ୍ଥାର ମହିଳା ମିଳନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ହରିଚନ୍ଦନପୁର ବ୍ଲକର ହଜାର ହଜାର ମହିଳା ଯୋଗ ଦେଇଥିଲେ । ଭୀଷଣ ଖରାରେ ମହିଳା ମାନଙ୍କୁ ଆବଶ୍ୟକ ନଥିଲେ ମଧ୍ୟ ୨କିଲୋମିଟର ଶୋଭାଯାତ୍ରା କରାଯାଇଛି । ୩୦୦୦ ମହିଳାଙ୍କ ପାଇଁ ଆବଶ୍ୟକ ଟେଣ୍ଟ କରାଯିବାର ଥିବା ବେଳେ ୨୦୦୦ମହିଳାଙ୍କ ନିମନ୍ତେ ଟେଣ୍ଟ କରାଯାଇଛି । ଭୀଷଣ ଖରା ସହ ଗରମ ହେଉଥିବା ବେଳେ ଆବଶ୍ୟକ ଫ୍ୟାନ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ । ମହିଳାମାନଙ୍କ ଏହି ଦିବସ ପାଇଁ ସ୍ରୀଷ୍ଟୀ ଏନଜିଓ ପକ୍ଷରୁ ଲକ୍ଷାଧିକ ଟଙ୍କାର ଅନୁଦାନ ଥିବା ବେଳେ କିଛି ଖାମଖିଆଲି କର୍ମଚାରୀଙ୍କ ପାଇଁ ତାହା ଅବ୍ୟବସ୍ଥାରେ ଚାଲିଛି । ଗ୍ରୀଷ୍ମ ଦିନେ ଗରମର ପ୍ରଭାବକୁ ନେଇ ୩୦୦୦ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପାନୀୟ ଜଳର ବ୍ୟବସ୍ଥା କରାଯାଇନଥିବା ସହ ନିମ୍ନମାନର ଖାଦ୍ୟ ଦିଆଯାଉଥିବାର ଅଭିଯୋଗ ହୋଇଛି । ଲୋକମାନଙ୍କ ଯାତାୟାତ ପାଇଁ ଏନଜିଓ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଥିବା ବେଳେ କିଛି ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅଟୋ ରିକ୍ସାରେ ଝୁଲି ବିପଦ ସଙ୍କୁଳ ଅବସ୍ଥାରେ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତ୍ୟେକ ମହିଳାମାନଙ୍କ ଠାରୁ ମିଟିଙ୍ଗରେ ଡାଲମା ,ଭାତ ଓ ଖଟା ଖାଇବା ପାଇଁ ୩୦ଟକା ଲେଖାଏଁ ନିଆଯାଇଥିବାର ଅଭିଯୋଗ ହେଇଛି । ଗରିବ ଆଦିବାସୀ ମହିଳାମାନକୁ ନାନା ପ୍ରକାରର ପ୍ରଲୋଭନ ଦେଖାଇ ୩୦ ଟଙ୍କା ନେବା ସହ ନିଜ ହାତରୁ ଗାଡି ଭଡା ଦେଇ ଆସିବା ଓ ଯିବାକୁ ସ୍ରୀଷ୍ଟୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଗରିବ ଆଦିବାସୀ ଲୋକମାନେ ଦୈନିକ ଦିନ ମଜୁରୀ ଲାଗି ନିଜ ପରିବାରର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ସେମାନଙ୍କର ଗୋଟିଏ ଦିନର ମଜୁରୀକୁ ବନ୍ଦ କରିବା ଘଟଣାକୁ ନେଇ ବୁଦ୍ଧିଜୀବି ମହଲରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ଗରିବ ଲୋକମାନକୁ ଗରିବ ସୀମା ରେଖା ତଳୁ ହଟାଇବା ପାଇଁ ବାହାର ଦେଶର ଧନୀ ଲୋକମାନେ ଏହି ଭଳି ଅନେକ ଏନଜିଓ ସଂସ୍ଥା ମାଧ୍ୟମରେ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ କିଛି ଲାଞ୍ଚୁଆ ଲୋକ ନିଜେ ଧନୀ ହୋବା ପାଇଁ ଏହି ଭଳି ଏନଜିଓ ସଂସ୍ଥାକୁ ହାତରେ ରଖି ଆଦିବାସୀ ଗରୀବ ଲୋକଙ୍କ ତଣ୍ଟି କାଟିବା ଭଳି ଘଟଣାମାନ ସୃଷ୍ଟି କରୁଥିବାର ନଜିର ରହିଛି । ଗରୀବ ଲୋକମାନଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଜିଲ୍ଲାପାଳ ଦୃଷ୍ଟି ଦେଇ ଏହି ଭଳି ଏନଜିଓ ସଂସ୍ଥା ଗୁଡିକର କାର୍ଯ୍ୟକଳାପକୁ ନଜର କରି ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବା ସହ ଅନେକ ଆଦିବାସୀ ଲୋକମାନେ ଏଭଳି ସଂସ୍ଥା ମାନଙ୍କରୁ ଦୂରେଇ ରହିବା ସହ ଠକାମୀରେ ପଡିବେ ନାହିଁ ବୋଲି ଶିକ୍ଷାବିତମାନେ ମତ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top