ଓଡ଼ିଶା

ଅବୈଧ ସମ୍ବନ୍ଧ ଛାଡ଼ପତ୍ରର ଆଧାର ବନିପାରେ: କିନ୍ତୁ ଅପରାଧ ନୁହେଁ – ସୁପ୍ରୀମ କୋର୍ଟ

ନୂଆ ଦିଲ୍ଲୀ ୨୭-୯ (ଓଡ଼ିଆ ପୁଅ) : ଅବୈଧ ସମ୍ବନ୍ଧ ବା ପରକ୍ରୀୟାପ୍ରୀତି ଉପରେ ସୁପ୍ରୀମ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତିକି ପତି ପତ୍ନୀର ମାଲିକ ନୁହେଁ। କୋର୍ଟ କହିଲେ କି ମହିଳାର ସମ୍ମାନ ବିରୁଦ୍ଧରେ ଆଚରଣ ଭୁଲ ଅଟେ। ମହିଳାଙ୍କ ପ୍ରତି ଅସମ୍ମାନ ବ୍ୟବହାର ଅସଂବୈଧାନିକ ଅଟେ। କୋର୍ଟ କହିଲେ କି ଅବୈଧ ସମ୍ବନ୍ଧ ଛାଡ଼ପତ୍ରର ଆଧାର ବନିପାରେ କିନ୍ତୁ ଅପରାଧ ନୁହେଁ। ସୁପ୍ରୀମ କୋର୍ଟ ଧାରା ୪୯୭ ଉପରେ ଦାଖଲ ଯାଚିକା ଉପରେ ନିଷ୍ପତି ଶୁଣାଇ ଏହି ଧାରା ୪୯୭କୁ ସମାପ୍ତ କରିଦେଇଛନ୍ତି। ଏହି ଧାରା ଅନୁଯାୟୀ କୌଣସି ଦ୍ୱିତୀୟ ବିବାହିତା ମହିଳା ସହିତ ସମ୍ବନ୍ଧ ବନାଇବା ଉପରେ କେବଳ ପୁରୁଷକୁ ଦୋଷୀ ମାନାଯାଇଥାଏ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ବାଲୀ ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ ଆଠ ଅଗଷ୍ଟରେ ଅତିରିକ୍ତ ସଲିସିଟର ଜେନେରାଲ ପିଂକୀ ଆନନ୍ଦଙ୍କର ତର୍କ ସମ୍ପୂର୍ଣ୍ଣ ଶୁଣିବାପରେ ନିଜର ନିଷ୍ପତି ସୁରକ୍ଷିତ ରଖିଥିଲେ। ଏହି ମାମଲାରେ ଖଣ୍ଡପୀଠ ଏକ ଅଗଷ୍ଟରୁ ଛଅ ଦିନ ପର୍ଯ୍ୟନ୍ତ ଶୁଣାଣି କରିଥିଲେ। ଏହି ପୀଠରେ ବିଚାରପତି ଆର ଏଫ ନରୀମନ, ଏ ଏମ ଖାନବିଲକର, ଡି ୱାଇ ଚନ୍ଦ୍ରଚୂଡ ଏବଂ ଇନ୍ଦୁ ମାଲହୋତ୍ରା ସାମିଲ ଅଛନ୍ତି।

ବ୍ୟଭିଚାର ଆଇନ ଉପରେ ସୁପ୍ରୀମ କୋର୍ଟ ଗୁରୁବାରଦିନ ଐତିହାସିକ ଶୁଣାଇ ୫ ବିତଚାରପତିଙ୍କର ଖଣ୍ଡପୀଠ IPCର ଧାରା ୪୯୭ କୁ ଏକ ମତରେ ଅସଂବୈଧାନିକ ଘୋଷିତ କରିଛନ୍ତି।

ସ୍ତ୍ରୀ ଏବଂ ପୁରୁଷ ମଧ୍ୟରେ ବିବାହପରେ ସମ୍ବନ୍ଧ ଜଡିତ IPCର ଧାରା ୪୯୭ କୁ ସୁପ୍ରୀମ କୋର୍ଟ ଅସଂବୈଧାନିକ ବୋଲି କହିଛନ୍ତି। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କର ଅଧ୍ୟକ୍ଷତାରେ ଏହି ବେଂଚ କହିଲେ କି କୌଣସି ଭାବରେ ମହିଳାଙ୍କ ସହିତ ଅସମ୍ମାନ ବ୍ୟବହାର କରାଯାଇନପାରେ। ଆମ ଲୋକତନ୍ତ୍ରର ସୌନ୍ଧର୍ଯ୍ୟ ହେଉଛି ମୁଁ, ତୁମେ ଏବଂ ଆମେ।

ଜସ୍ଟିସ ଦୀପକ ମିଶ୍ର ନିଜର ଏବଂ ଜସ୍ଟିସ ଏମ ଖାନବିଲକରଙ୍କର ନିଷ୍ପତି ଶୁଣାଇଲେ। ଏହା ପରେ ଅନ୍ୟ ତିନଜଣ ଜଜ ଜଷ୍ଟିସ ନରୀମନ, ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଇନ୍ଦୂ ମାଲହୋତ୍ରା ମଧ୍ୟ ଏହି ନିଷ୍ପତି ଉପରେ ସହମତି ଜଣାଇଲେ।

ମୁଖ୍ୟ ବିଚାରପତି କହିଲେ କି IPCର ଧାରା ସେକ୍ସନ ୪୯୭ ମହିଳାଙ୍କର ସମ୍ମାନର ବିରୁଦ୍ଧରେ ଅଟେ। ସେ କହିଲେ କି ମହିଳାଙ୍କୁ ସବୁବେଳେ ସମାନ ଅଧିକାର ମିଳିବା ଆବଶ୍ୟକ। ମହିଳାଙ୍କୁ ସମାଜର ଇଚ୍ଛା ହିସାବରେ ଭାବିବାକୁ କୁହାଯାଇପାରିବ ନାହିଁ। ସଂସଦ ମଧ୍ୟ ମହିଳାଙ୍କର ବିରୁଦ୍ଧରେ ଘରୋଇ ହିଂସା ଉପରେ ଆଇନ୍ ବନାଇଛନ୍ତି। ଚିଫ ଜଷ୍ଟିସ କହିଲେ କି ପତି କେବୋ ମଧ୍ୟ ପତ୍ନୀର ମାଲିକ ହୋଇନପାରେ।

ଚିଫ ଜଷ୍ଟିସ ଏବଂ ଜଷ୍ଟିସ ଖାନବିଲକର କହିଲେ କି ଆଡଲ୍ଟରୀ କୌଣସି ଭାବରେ ଅପରାଧ ନୁହେଁ। କିନ୍ତୁ ଯଦି ଏହି କାରଣରୁ ଆପଣଙ୍କ ପାର୍ଟନର ଆତ୍ମହତ୍ୟା କରିବ, ତେବେ ତାକୁ ଆତ୍ମହତ୍ୟା ପାଇଁ ଉକସାଇବାର ମାମଲା ମାନାଯାଇପାରେ। ତା’ ପରେ ସମସ୍ତ ପାଞ୍ଚଜଣ ଜଜ ଏକ ମତରେ ଏହି ଧାରାକୁ ଅସଂବୈଧାନିକ ଘୋଷିତ କଲେ।

କିଏ ଦାଖଲ କରିଥିଲେ ଯାଚିକା?

କେରଳର ଏକ ଅଧିବାସୀ ଭାରତୀୟ ଜୋସେଫ ଏହି ସମ୍ବନ୍ଧରେ ଯାଚିକା ଦାଖଲ କରି ଆଇପିସିର ଧାରା-୪୯୭ର ସଂବୈଧାନିକତାକୁ ଚ୍ୟାଲେଞ୍ଜ କରିଥିଲେ। ଯାହାଦ୍ୱାରା ସୁପ୍ରୀମ କୋର୍ଟ ଗତ ବର୍ଷ ଡିସେମ୍ବରରେ ଶୁଣାଣି ପାଇଁ ସ୍ଵୀକାର କରି ନେଇଥିଲେ ଏବଂ ଜାନୁଆରିରେ ଏଥିରେ ସଂବିଧାନ ଖଣ୍ଡପୀଠକୁ ପଠାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top