ଯୋଡା- ତା ୨୫/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡର ରମଜାନ ହାଟିଂରେ ପ୍ରବାହିତ ଏକ ନାଳ କୂଳରୁ ବୁଧୁବାର ପ୍ରାତଃ ସମୟରେ ଏକ ଶିଶୁ ସନ୍ତାନକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଶିଶୁ ପୁତ୍ରଟିକୁ ଡାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ସମଗ୍ର ରାମଜାନ ହାଟିଂରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଙ୍ଗନୱାଡି କର୍ମୀମାନେ ତାର ମା’ କୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଏ ନେଇ ଯୋଡା ଥାନାରେ ଏକ ମାମଲା ଋଜୁ ହୋଇଛି। ତେବେ ଏହି ଶିଶୁ ପୁତ୍ରଟି ଅପରିପକ୍ୱ ଅପସ୍ଥାରେ ଗର୍ଭପାତ କରାଯାଇଥିବା ଅନୁମାନ କରାଯାଉଛି। ଏହି ସନ୍ତାନଟି ଅବୈଧ ପ୍ରେମ ସମ୍ପର୍କ ଜନିତ ଘଟଣା ବୋଲି ସାଧାରଣରେ ସନ୍ଦେହ କରାଯାଉଛି।

Loading...