ଅବିଭକ୍ତ କୋରାପୁଟ ଜିଲ୍ଲା ବନବାସୀ ବିକାଶ ମହାସଂଘର ବିଶାଳ ସମାବେଶ ; “ଆଦିବାସୀ ମାନ୍ୟତା ଦିଅ ନଚେତ ରାଜ୍ୟଛାଡ ଆନେ୍ଦାଳନ” କରିବାକୁ ଚେତାବନୀ

କୋରାପୁଟ ; ତା୨୫-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଅବିଭକ୍ତ କୋରାପୁଟ ଜିଲ୍ଲା ବନବାସୀ ମହାସଂଘର ବିଶାଳ ସମାବେଶ କୋରାପୁଟଠାରେ ଦେଖିବାକୁ ମିଳିଥିଲା ।ରଣା , ମାଳି ,କମାର ,ପୁଟିଆ ଓମୁକାଦୋରା ଜାତିର ବାସିନ୍ଦାମାନଙ୍କୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ବନବାସୀ ବିକାଶ ମହାସଂଘ ଗଠନ କରାଯାଇ ଆଦିବାସୀ ମାନ୍ୟତା ଦାବିରେ ବିଭିନ୍ନ ବ୍ଲକମାନଙ୍କରେ ଶୋଭାଯାତ୍ରା ତଥା ବିକ୍ଷୋଭ ପ୍ରଦର୍ସନ କରାଯାଇ ଦାବି ପତ୍ର ପ୍ରଦାନ କରିଥିଲେ ।କିନ୍ତୁ ଦାବିପୂରଣ ନ ହେବାରୁ ପ୍ରାୟ ୧୫ ହଜାର ପୁରୁଷ ଓ ମହିଳା କୋରାପୁଟସ୍ଥିତ ନିଶାଣୀମୁଣ୍ଡାଠାରେ ଏକତ୍ରୀତ ହୋଇଥିଲେ ।ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ , କେନ୍ଦ୍ରୀୟ ଆଦିବାସୀ ମନ୍ତ୍ରୀ , ଓଡିଶା ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଆଦିବାସୀ ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ।ସହାୟକ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଦାବିପତ୍ର ଗ୍ରହଣ କରିଥିଲେ ।ଏହି ଶୋଭାଯାତ୍ରାରେ ରଣା ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଖଡା , ଗୁପ୍ତଚନ୍ଦ୍ର ନାୟକ ,ସଂପାଦକ ,ସୁରେନ୍ଦ୍ର ମସ୍ତି ,କାମାକ୍ଷା ପ୍ରସାଦ ମାଝି ,ଡମ୍ବୁରଧର ନାୟକ ,ପୁଟିଆ ସମାଜର ଉଦ୍ଧବ ଗୋଲରୀ ସଭାପତି , ନନ୍ଦ ବୁରୁଡି ଉପସଭାପତି , ରତନ ଇରଙ୍ଗାଇ , ଧନପତି ପୂଜାରୀ , କମାର ସମାଜର ଭଗବାନ ଗୋଲରୀ (ସଭାପତି) , ଧନେଶ୍ୱର ମାଝି(ସଂପାଦକ) , ମାଲି ସମାଜର ଦାଶରଥି ମାଲି(ସବାପତି) ଅମିନ୍ଦ୍ର ଖରା(ସଂପାଦକ) ପଦ,ାମ ମାଲି , ଧନପତି ମାଲି , ପ୍ରହ୍ଲାଦ ନାୟକ ,ନୁକାଦୋରା ସମାଜର ବୈଦନାଥ ଗେମେଲ ,ତ୍ରୀନାଥ ଗେମେଲ ,ତ୍ରୀନାଥ ହନ୍ତାଲ ପ୍ରମୁଖଙ୍କ ସହ ଅନ୍ୟାମାନେ ଉପସ୍ଥିତ ଥିଲେ ।
କେନ୍ଦ୍ର ତଥା ରାଜ୍ୟ ସରକାର ୫ ଟି ଜାତିକୁ ଆଦିବାସୀ ମାନ୍ୟତା ଦିଅନ୍ତୁ ନତୁବା ରାଜ୍ୟଛାଡ ଆନେ୍ଦାଳନ କରିବାକୁ ବାଧ୍ୟ ହେବୁ ବୋଲି ଅବିଭକ୍ତ କୋରାପୁଟ ଜିଲ୍ଲା ବନବାସୀ ବିକାଶ ମହାସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ଖଡା ଚେତାବନୀ ଦେଇଥିଲେ ।ଆଦିବାସୀ ମାନ୍ୟତା ନ ଦେଲେ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଉ ମଧ୍ୟ କରାଯିବ ବୋଲି ଅବିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦର ସଂପାଦକ ଗୁପ୍ତଚନ୍ଦ୍ର ନାୟକ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *