Home କୋରାପୁଟ ଅବିଭକ୍ତ କୋରାପୁଟ ଜିଲ୍ଲା ବିଜୁ ଯୁବବାହିନୀ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ପ୍ରଦାନ

ଅବିଭକ୍ତ କୋରାପୁଟ ଜିଲ୍ଲା ବିଜୁ ଯୁବବାହିନୀ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ ପ୍ରଦାନ

127

କୋରାପୁଟ ; ତା୦୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଅବିଭିକ୍ତ କୋରାପୁଟ ଜିଲ୍ଲା ବିଜୁ ଯୁବ ବାହିନୀ କର୍ମକର୍ତାଙ୍କୁ କୋରାପୁଟଠାରେ ଦିନିକିଆ ତାଲିମ ପ୍ରଦାନ କରାଯାଇଥିବା ଜଣାପଡିଛି।ସ୍ଥାନୀୟ ମୂର୍ତିକା ସଂରକ୍ଷଣ ତାଲିମ ସଭାଗୃହଠାରେ ଆୟୋଜିତ ତାଲିମ ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ବିଜୁ ଯୁବ ବାହିନିର ସଂଯୋଜକ, ପ୍ରକଳ୍ପ ଅଧିକାରୀ ଓ ୪ ଟି ଜିଲ୍ଲାର କ୍ରୀଡା ଅଧିକାରୀମାନେ ଯୋଗଦେଇଥିଲେ ବୋଲି ଜଣାପଡିଛି।କାର୍ଯ୍ୟକ୍ରମକୁ ଏପିଡି ହିମାଂଶୁ ଶତପଥି ପରିଚାଳନା କରିଥିବା ବେଳେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଡ.ପ୍ରବୀର ମିଶ୍ର ଓ ପ୍ରବିନ ବେବର୍ତା ଯୋଗଦେଇ ବିଜୁ ଯୁବ ବାହିନୀର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।କୋରାପୁଟ ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ଶିବିରରେ କୋରାପୁଟ ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, ଟିମ ଲିଡର କଳ୍ପନା ମହାପାତ୍ର ଯୋଗଦେଇଥିଲେ।

ବିଜୁ ଯୁବ ବାହିନୀର ଗାଇଡଲାଇନ ଉପରେ ୪ ଟି ଜିଲ୍ଲାର ୭୮ ଜଣ କର୍ମକର୍ତାଙ୍କୁ ତାଲିମ ପ୍ରଦାନ କରାଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.