ଓଡ଼ିଶା

ଅବିନାଶ ହାଜତ ମୃତ୍ୟୁର ସିବିଆଇ ତଦନ୍ତ ଦାବିକରି “ଓସା’ ତରଫରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, ୧୧.୦୯ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ପୋଲିସ୍ ଥାନାରେ ଅଦମପୁର ଗ୍ରାମର ଅବିନାଶ ପାଇଟଳର ମୃତ୍ୟୁର ସିବିଆଇ ତଦନ୍ତ ଦାବିକରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ତା ୨୫.୦୮.୨୦୧୮ରିଖରେ ଏକ ମୋବାଇଲ ଚୋରି ମାମଲାର ତଦନ୍ତ କରି ମହାକାଳପଡ଼ା ଥାନାଧିକାରୀ ଘନଶ୍ୟାମ ବେହେରା ଅବିନାଶ ପାଇଟଳଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଏହି ଖବର ପାଇ ଅବିନାଶର ବାପା ଶରତ ପାଇଟାଳ ସେହିଦିନ ରାତି ୯ଟାରେ ତାକୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ଥାନାଧିକାରୀ ତାଙ୍କୁ ସାକ୍ଷାତ କରାଇ ଦେଇନଥିଲେ, ବରଂ ୫୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ ବୋଲି ଶରତ ପାଇଟାଳ ଅଭିଯୋଗ କରିଥିଲେ। ତା ୨୬.୦୮.୨୦୧୮ରିଖ ସକାଳେ ଅବିନାଶ ପାଇଟଳର ମୃତ ଦେହ ଥାନା ନିକଟସ୍ଥ ଏକ ଘରେ ଝୁଲୁଥିବାର ଦେଖାଯାଇଥିଲା। ଥାନାଧିକାରୀ ଅବିନାଶର ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରିବାର ଲୋକେ ଅବିନାଶ ଦେହରେ ଅନେକ କ୍ଷତ ଚିହ୍ନ ଏବଂ ଗୁପ୍ତାଙ୍ଗରେ କ୍ଷତଚିହ୍ନ ଦେଖି ତାକୁ ମାତ୍ରାଧିକ ପୋଲିସ୍ ଅଚ୍ୟାଚାର ଏବଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଳେ। ପୋଲିସ୍ ୩୦୨ ଦଫାରେ କେସ୍ ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, କେସ୍କୁ ରଫାଦଫା କରିବା, ପରିବାରକୁ ଅର୍ଥ ନେଇ ଚୁପ୍ ରହିବା ପାଇଁ ପ୍ରବର୍ତ୍ତାଇବା ଉଦ୍ୟମ ଅବ୍ୟାହତ ରହିଛି। ତେଣୁ ପୋଲିସ୍ ଅବିନାଶ ମୃତ୍ୟୁର ତଦନ୍ତକୁ ଚାପିଦେବା ପାଇଁ ଚକ୍ରାନ୍ତ କରୁଥିବାର ଅଭିଯୋଗ କରି ଏହାର ସିବିଆଇ ତଦନ୍ତ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଦାବି କରାଯାଇଛି। ଏହା ସହିତ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଥାନାଧିକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଛି। ଆଜିର ଏହି ଗଣମାଧ୍ୟମରେ ମୃତ ଅବିନାଶର ପରିବାର ଲୋକଙ୍କ ସହ ଅଭିଯାନର ଆବାହକ ଶ୍ରୀ ପ୍ରଦୀପ ପ୍ରଧାନ, ସୂଚନାଧିକାର କର୍ମୀ ରଞ୍ଜନ କୁମାର ଦାସ, ପ୍ରତାପ ମହାନ୍ତ, ସମାଜସେବୀ ଦେବ ଚୌଧୁରୀ, ଦେବୀ ପୃଷ୍ଟି, ଦିଲ୍ଲୀପ ସାମନ୍ତରାୟ, ଅଜୟ ସାମନ୍ତରାୟ, ପ୍ରମୋଦ ସ୍ୱାଇଁ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top