ଜିଲ୍ଲା ପରିକ୍ରମା

ଅବାଧ ଗୋରୁ ଚାଲାଣ

ସାରସକଣା/ମୟୁରଭଞ୍ଜ୧୯-୮ (ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରୁ ବେଆଇନ ଭାବେ ନିର୍ଭୟରେ ଚାଲିଛି ଶହ ଶହ ଗୋରୁ ଚାଲାଣ। ପ୍ରତ୍ୟେକ ଶନିବାର ଦିନ ସାରସକଣାରୁ କେନାଲ ରାସ୍ତାରେ ଜାମଶୋଳା ହାତିବରୀ ପର୍ଯ୍ୟନ୍ତ ଗୋ ଚାଲାଣ ହେଉଛି। ସେଠାରୁ ଟ୍ରକରେ ପଶ୍ଚିମ ବେଙ୍ଗଲକୁ ଗୋ ଚାଲାଣ ହେଉଛି। କୋଣସି ଗୋଟିଏ ଗୋରୁର ରସିଦ ନ ଥାଇ ମଧ୍ୟ ଖୋଲା ଭାବେ ଗୋ ଚାଲାଣ ଚାଲୁଅଛି। ପ୍ରଶାସନ ଏହା ଜାଣି ମଧ୍ୟ କୋଣସି ପଦକ୍ଷେପ ନେଉନାହିଁ। ଯେଉଁ ରାସ୍ତା ଦେଇ ଗୋ ଚାଲାଣ ହେଉଛି ସେଇରାସ୍ତାର ଆଖ ପାଖ ଗ୍ରାମର ଲୋକଙ୍କ କହିବା କଥା ଏହିକି ଜେ, ପ୍ରତେକ ଦିନ ରାତି ସାରା ଗୋ ଚାଲାଣ ହେଉଛି। ଝାରପୋଖରିଆ ଥାନା ପକ୍ଷରୁ ରାତିରେ ପେଟ୍ରୋଲିଂ କରୁଥିଲେ ମଧ୍ୟ ଏହାକୁ ଅଣଦେଖା କରି ଏହି ଘଟଣାକୁ ଏଡାଇ ଦେଉଛନ୍ତି। ଏହି ବିଷୟରେ ସ୍ଥାନୀୟ ଲୋକେ ଅନେକ ବାର ମୌଖିକ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାର ପରିଣାମ ସ୍ୱରୂପ ଭବିଷ୍ୟତରେ ଭୟାଭୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top