ଓଡ଼ିଶା

ଅବାଧରେ ଚାଲିଛି ମଦ କାରବାର ସ୍ଥାଣୁ ପାଲିଟିଛି ପୋଲିସ

‌ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲା ବାରିଆ ଥାନା ଅଧୀନରେ ବିଭିର୍ଣ୍ଣ ଗ୍ରାମରେ ଏବେ ଚୋରା ମଦ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ପୋଲିସ ଏବଂ ଅବକାରୀ ବିଭାଗର ଶିଥିଲତା ଯୋଗୁଁ ବାରିଆ ଥାନା ଅଧିନ ଜାଲୀ, ଜ୍ୟୋତିପୁର, ଷଡଙ୍ଗୀ, ଜଯପଶି ନନ୍ଦପୁର କଙ୍କଡା ଫୁଲକ ଅଁଳେଇ ଆଦି ଗ୍ରାମରେ ମଦ ବିକ୍ରି ଜୋର ହେଉଛି। ଭଣ୍ଡା ସ୍ଥିତ ବିଦେଶୀ ମଦ ଦୋକାନ କାଉଣ୍ଟରରୁ ବାଇକ ଯୋଗେ ବାରିଆ ଥାନାର ବିଭିନ୍ନ ଗ୍ରାମକୁ ମଦ ଯୋଗାଇ ଦିଆଯାଉଅଛି। ଫଳରେ ପ୍ରତି ଗ୍ରାମରେ ହାତପାଆନ୍ତାରେ ମଦ ମିଳିଯାଉଛି ଯାହା ଦ୍ୱାରା କି ଲୋକେ ଯୁବପିଢି ମଦ ପିଇ ବିପଥ ଗାମୀ ହେବା ସହିତ ନାନାଦି ରୋଗରେ ପୀଡିତ ହୋଇ ଅକାଳରେ ଝଡି ପଡୁଛନ୍ତି। ମଦ କାଉଣ୍ଟର ସହିତ ପୋଲିସ ଓ ଅବକାରୀ କର୍ମଚାରୀଙ୍କର ମଧୁଚନ୍ଦ୍ରିକା ଚାଲୁଥିବାରୁ କାଉଣ୍ଟରରୁ ନିର୍ଭୟରେ ବାଇକ ଯୋଗେ ପ୍ରତି ଗ୍ରାମକୁ ମଦ ଯୋଗାଇ ଦିଆଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅବକାରୀ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା ଏ ଅଞ୍ଚଳରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରାଇବାକୁ ଗ୍ରାମବାସୀ ଦାବି କରୁଛନ୍ତି। ଏଥି ପ୍ରତି ଉଭୟ ଅବକାରୀ ଓ ପୋଲିସ ବିଭାଗ ଦୃଷ୍ଟି ଦେବାକୁ ମଧ୍ୟ ଅଞ୍ଚଳ ବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top