ଜିଲ୍ଲା ପରିକ୍ରମା

ଅବହେଳିତ ଅବିଭକ୍ତ ବୈାଦ୍ଧ- କନ୍ଧମାଳ ଜିଲ୍ଲା ବୈାଦ୍ଧ ସମ୍ମିଳନୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ୧୧ଗୋଟି ଯୋଜନା ପ୍ରତିଷ୍ଠା କରିବାପାଇଁ ଦାବୀ

ବୌଦ୍ଧ,୦୮ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା):ସ୍ୱାଧିନତାର ୭୦ବର୍ଷ ବିତିଯାଇଥିବା ବେଳେ ଆମ ରାଜ୍ୟର ଅବହେଳିତ ଓ ଅନଗ୍ରସର ଜିଲ୍ଲାଭାବେ ପରିଚିତ ଅବିଭକ୍ତ ବୈାଦ୍ଧ- କନ୍ଧମାଳ ଜିଲ୍ଲା ଯାହା ବର୍ତମାନ ପୃଥକ ହୋଇ କନ୍ଧମାଳ ଓ ବୈାଦ୍ଧଜିଲ୍ଲା ଭାବେ ଗଠନ ହେବାର ୨୪ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିକାଶ କ୍ଷେତ୍ରରେ ବହୁତ ପଛରେ ଥିବା ଦେଖାଯାଇଛି । ଏହି ଉପଲକ୍ଷେ ବୈାଦ୍ଧ ସମ୍ମିଳନୀ ପକ୍ଷରୁ ପ୍ରଫେସର ଡ. ହୃଷିକେଶ ମିଶ୍ରଙ୍କ ନେତୃତ୍ୱରେ ବୁଦ୍ଧିଜିବୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାର ବିକାଶ ପାଇଁ ୧୧ ଗୋଟି ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇ ଜିଲ୍ଲାପାଳ ଓ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇବା ପାଇଁ ଏକ ଦାବୀପତ୍ର ଦିଆଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଭାରତ ସରକାରଙ୍କ ପକ୍ଷରୁ ଓଡିଶାର ଅବିଭକ୍ତ କୋରାପୁଟ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାକୁ ପଛୁଆ ଜିଲ୍ଲାଭାବେ ଗ୍ରହଣ କରି କେବିକେ ଯୋଜନା ମାଧ୍ୟମରେ ବିକାଶ କରାଯାଉଥିବା ବେଳେ ଆଦିବାସୀ ଜିଲ୍ଲାଭାବେ ପରିଗଣିତ ଅବିଭକ୍ତ ବୈାଦ୍ଧ- କନ୍ଧମାଳ ଜିଲ୍ଲାକୁ ନିଆଯାଇ ନ ଥିବାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେହି ସମୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିଲା ନାହିଁ । ବୈାଦ୍ଧ ସମ୍ମିଳନୀ ପକ୍ଷରୁ ସରକାର ଅବିଭକ୍ତ ବୈାଦ୍ଧ- କନ୍ଧମାଳ ଜିଲ୍ଲାକୁ ସ୍ୱତନ୍ତ ଶେଣୀରେ ଅନ୍ତର୍ଭୁକ୍ତ କରି ଏହି ଅଂଚଳର ଦୃତବିକାଶ କରାଯିବା ସହିତ ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ, ଖୋର୍ଦ୍ଦା ବଲାଙ୍ଗିର ଓ ସମ୍ବଲପୁର ବ୍ରହ୍ମପୁର ରେଳଲାଇନ ସମ୍ପୁର୍ଣ୍ଣ, ବୃହତ୍ ଉଠାଜଳସେଚନ ପ୍ରକଳ୍ପ, ଶିଳ୍ପ ସ୍ଥାପନ, କୈାଶଳ ବିକାଶ ମୁଖ୍ୟ କାର୍ଯ୍ୟାଳୟ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ, ଗରିବୀ ଦୁରୀକରଣ ଯୋଜନା ଓ କନ୍ଧମାଳରେ ଆଦିବାସୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଗଲେ ଅଂଚଳର ବିକାଶ ହୋଇପାରିବ ବୋଲି ବୁଦ୍ଧିଜିବୀମାନେ ମତ ରଖିଥିଲେ । ଏହିସବୁ ଦାବୀ ସମ୍ମିଳିତ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ତଥା ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସହିତ ଆସନ୍ତା ଦିନରେ କନ୍ଧମାଳ ଓ ବୈାଦ୍ଧଜିଲ୍ଲାରେ ଦସ୍ତଖତ ଅଭିଯାନ ମାଧ୍ୟମରେ ୧୦ଲକ୍ଷ ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯାଇ ଏହାର ବିକାଶ ପାଇଁ ନିବେଦନ କରାଯିବ । ଏହି ବୈଠକରେ ପ୍ରଫେସର ମିଶ୍ରଙ୍କ ସହିତ ବରିଷ୍ଠ ନାଗରିକ ଗୈାରମୋହନ ମିଶ୍ର, ପୁର୍ବତନ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟନାରାୟଣ ଦଳବେହେରା, ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଗୁରୁ ପ୍ରସାଦ ଦାଶ, ସତ୍ୟାନନ୍ଦ ପାଣ୍ଡେ, ଭାରତ ସ୍ୱାଭିମାନ ଟ୍ରଷ୍ଟର ପ୍ରଭାରୀ ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ବ୍ୟକ୍ତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top