ଜିଲ୍ଲା ପରିକ୍ରମା

ଅବସର ପ୍ରାପ୍ତ ପୋଲିସ ଅଧିକାରୀ ବରିଷ୍ଠ ନାଗରିକଙ୍କ ସଚେତନା କାର୍ଯ୍ୟକ୍ରମ

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ଅବସର ପ୍ରାପ୍ତ ପୋଲିସ ଅଧିକାରୀ ସଂଗଠନର ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ବରିଷ୍ଠ ନାଗରିକଙ୍କ ପାଇଁ ୱାକିଂ ଷ୍ଟିକ୍, ଶ୍ରବଶ ଯନ୍ତ୍ର ଓ ଅନ୍ୟାନ ଆବଶ୍ୟକୀୟ ଉପକରଣ ମାନ ସି.ଆର.ଏସ୍.ଆର ତରଫରୁ ଅସହାୟ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫୁଲ କୁମାର ସାମଲ ମନ୍ତ୍ରୀ ମହିଳା, ଶିଶୁବିକାଶ, ସାମାଜିକ ସୁରକ୍ଷା ଯୋଗଦାନ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଲେ ସମାଜର ବର୍ତ୍ତମାନ ୬୦% ବୃଦ୍ଧ ବୃଦ୍ଧାଙ୍କ ସଂଖ୍ୟା ବଢି ଚାଲିଛି ସେମାନଙ୍କ ଶାନ୍ତି ସୌହାର୍ଦ୍ଦ୍ୟ ରଖିବା ପାଇଁ ଓଲଡଏଜ୍ ହୋମ ଓ ଅନ୍ୟାନ ସୁବିଧା ତୁରନ୍ତ କରାଯିବ। ସେ କହିଲେ ରାସ୍ତାକଡ଼, ପୋଲ ତଳରେ ରହୁଥିବା ଭିକାରୀଙ୍କୁ ଥଇଥାନ କରାଯିବ। ଏହି ଉତ୍ସବଟି ଭଦ୍ରକ ଜିଲ୍ଲା ଅବସର ପ୍ରାପ୍ତ ପୋଲିସ ସଂଗଠନ ସଭାପତି ରଙ୍ଗ ବଲ୍ଲଭ ଜେନା, ସମ୍ପାଦକ ପ୍ରସନ୍ନ କୁମାର ସେନାପତି, କୋଷାଧ୍ୟକ୍ଷ ଗୋକୁଳ ଚନ୍ଦ୍ର ପୁହାଣ, ମୁଖ୍ୟ ଉପଦେଷ୍ଟା ଧନେଶ୍ୱର ଖଟୁଆଙ୍କ ଆନୁକୁଲ୍ୟରେ ହୋଇଥିଲା। ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ସଂଘ ରାଜ୍ୟ ସଭାପତି ସୁର୍ଯ୍ୟମଶି ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି କହିଲେ ବରିଷ୍ଠ ଲୋକମାନେ ଗୁଟ୍କା, ପାନ, ଗୁଡ଼ାଖୁ, ତମାଖୁ, ବିଡ଼ି, ସିଗାରେଟ ନଖାଇବା ଉଚିତ୍। ଅନ୍ୟାନ ବକ୍ତା ଲଲାଟେନ୍ଦୁ ମହାନ୍ତି ଡାଇରେକ୍ଟର ଫେଲୋସଫି, ସି.ଆର.ଏସ୍.ଆର ଚେୟାରମ୍ୟାନ ଭଗବାନ ପରିଡ଼ା, ଯୁଗଳ କିଶୋର ସାହୁ ସମ୍ପାଦକ ରାଜ୍ୟ ବରିଷ୍ଠ ଅବସର ଅଧିକାରୀ, ବିଜୟକୃଷ୍ଣ ମହାନ୍ତି ସେକ୍ରେଟାରି, ଡା. ଦେବ୍ରାଜ ପାଣିଗ୍ରାହି, ପଦ୍ମନ୍ କୁମାର ରାୟ ସାମାଜିକ ସୁରକ୍ଷା ଅଧିକାରୀ, ସଂଗଠନର ଜିଲ୍ଲା ସଭାପତି ଶ୍ରୀ ରଙ୍ଗ ବଲ୍ଲଭ ଜେନା, ସମ୍ପାଦକ ପ୍ରଶନ୍ନ କୁମାର ସେନାପତି, ଆଡିସନାଲ ଏସ୍.ପି. କୈଳାସ ଚନ୍ଦ୍ର ପରିଡ଼ା ବକ୍ତବ୍ୟ ରଖିଥିଲେ। ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଅବ୍ଦୁଲ୍ ବାରି, ଲକ୍ଷ୍ମୀଧର ମିଶ୍ର ଓ ଅଶୋକ ରାୟଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ କରି ମନ୍ତ୍ରୀ ମହୋଦୟ ସମ୍ମାନିତ କରିଥିଲେ। ସଂଗଠନର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top