ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱତନ୍ତ୍ର ବୈଠକ

ଔପଦା, ୧୪୯/୫/୨୦୧୮(ଓଡିଆ ପୁଅ/ନିରଂଜନ ପ୍ରସାଦ ବାରିକ)-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ତରଫରୁ ଏକ ସ୍ୱତନ୍ତ୍ର ଅଧିବେଶନ ଔପଦା ଶିଶୁ ମନ୍ଦିର ପରିସରରେ ଅବସରପ୍ରାପ୍ତ ବୟୋଜ୍ୟଷ୍ଠ ଶିକ୍ଷକ ରାମ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସରକାରୀ ଦପ୍ତରରୁ ଅବସରନେଇଥିବା କର୍ମଚାରୀମାନେ ସପ୍ତମ ବେତନ କମିଶନର ସୁପାରିସକ୍ରମେ ୨୦୦୬ ଜାନୁୟାରୀ ୧ରୁ ସଂଶୋଧିତ ବେତନ ପାଉଥିବାବେଳେ ଶିକ୍ଷାଅନୁଷ୍ଠାନରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ କ୍ଷେତ୍ରରେ ୨୦୧୭ଅକ୍ଟୋବର ୧ରୁ ଲାଗୁକରାଯାଇ ଥିବା ସରକାରୀ ନିର୍ଦ୍ଦେଶନାମାକୁ ବାତିଲ କରାଯାଇ ଅନ୍ୟ ସରକାର କର୍ମଚାରୀଙ୍କ ପରି ୨୦୧୬ରୁ ଲାଗୁ କରିବା ପାଇଁ ଦାବି ଜଣାଇ ମୁଖ୍ୟମନ୍ତ୍ରିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କ ମାଧ୍ୟମରେ ଜଣାଇବାପାଇ ସ୍ଥିର ହୋଇଛି। ୮୦ ବର୍ଷରୁ ଉର୍ଦ୍ଦ ଅବସରଗ୍ରହଣ କରିଥିବା କର୍ମଚାରୀଙ୍କୁ ପୂଜ୍ୟପୂଜା ସ୍ୱରପ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଯାଇଛି। ଏଥିରେ ଉପଦେଷ୍ଠା ଭାବେ ଗଜେନ୍ଦ୍ର ଜନୋ, କୋଷାଧ୍ୟ ଉପେନ୍ଦ୍ର ତ୍ରୀପାଠୀ, ଉପସଭାପତି ମହେନ୍ଦ୍ର ବାରିକ, ସଂପାଦକ ନିରଂଜନ ପ୍ରସାଦ ବାରିକ, କାର୍ଯ୍ୟକାରୀ ସଭ୍ୟ ଅନନ୍ତ ପ୍ରସାଦ ପଣ୍ଡା, ସୁରେନ୍ଦ୍ର ରାଉତ, ନବିନ ଚରଣ ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସର୍ବଶେଷରେ ନିରଂଜନ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *