କେନ୍ଦ୍ରାପଡ଼ା

ଅବସରପ୍ରାପ୍ତ ପ୍ରସାଶନିକ ଅଧିକାରୀ ଶ୍ରୀଧର ରାଉତଙ୍କ ସ୍ମୃତିସଭା

କେନ୍ଦ୍ରାପଡା ୫/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ଅବସରପ୍ରାପ୍ତ ପ୍ରସାଶନିକ ଅଧିକାରୀ ଶ୍ରୀଧର ରାଉତଙ୍କ ବିୟୋଗରେ ଶ୍ରୀଧର ରାଉତ ସ୍ମୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ଆଜି ଆଇନଜିବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତିସଭାରେ ଡଃ ବାସୁଦେବ ଦାସ, ଅଧ୍ୟାପକ ବିପିନ ବିହାରୀ ବାରିକ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ସି.ପି.ଆଇ.ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ସୂର୍ଗତ ରାଉତଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ସୂର୍ଗତ ରାଉତ ଜଣେ ଶିକ୍ଷକ ଭାବରେ ଚାକିରୀ ଜୀବନ ଆରମ୍ଭକରି ପରବର୍ତ୍ତି ସମୟରେ ଜଣେ ସ୍ୱଛ ପ୍ରସାଶକ ଭାବେ ବିଭିନ୍ନ ପଦ ପଦବୀରେ ରହି ନିଷ୍ଠାର ସହିତ ଦାୟିତ୍ୱ ତୁଲାଇଥିଲେ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବୟତ୍ରୀ ପ୍ରେମଲତା ଗିରି, ସି.ପି.ଆଇ(ଏମ)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଆଇନଜିବୀ ମାନସ ରଞ୍ଜନ ଧଳ, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ସୁରେଶ ଚନ୍ଦ୍ର ନାୟକ, ଶ୍ରୀକାନ୍ତ ସାହୁ, ସଞ୍ଜୟ ପାତ୍ର, ମନୋଜ ଦାସ, ଶୁଭାଂଶୁ ଦାସ, ମଙ୍ଗୁଳି ବାରିକ, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଉପେନ୍ଦ୍ର ବେହେରା, ଉମାକାନ୍ତ ଗୁରୁ ପ୍ରମୁଖ ସୂର୍ଗତ ରାଉତଙ୍କ ସ୍ମୃତିଚାରଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top