ଅବସରପ୍ରାପ୍ତ ନେସ୍କୋ ଡେପୁଟି ମେନେଜର ନିଖୋଜ

ଭଦ୍ରକ, ୨୭/୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ): ଭଦ୍ରକ ସହରସ୍ଥ ବନ୍ତ ଛକ ଆଚାର୍ଯ୍ୟ ବିହାରରେ ରହୁଥିବା ଜଣେ ସିନିୟର ସିଟିଜନ ନିଖୋଜ ହୋଇଥିବା ଟାଉନଥାନାରେ ଅଭିଯୋଗ ହୋଇଛି। ଭଦ୍ରକ ନେସ୍କୋ ନର୍ଥ ଡିଭିଜନର ଅବସରପ୍ରାପ୍ତ ଡେପୁଟି ମ୍ୟାନେଜର ଭାବରେ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିବା ବିପିନ ବିହାରୀ ମହାନ୍ତି(୬୭) ନିଖୋଜ ହୋଇଥିବା ଜଣା ପଡିଛି। ପ୍ରତ୍ୟେକ ଦିନ ପରି ଗତକାଲି ମଧ୍ୟ ବନ୍ତଛକ ୫ନଂ ଜାତୀୟ ରାଜପଥ ଦେଇ ପ୍ରାତଃ ଭ୍ରମଣ କରିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୈାଣସି ସନ୍ଧାନ ନପାଇ ଶେଷରେ ଭଦ୍ରକ ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଏକ କଳା ରଂଗର ଟି ସାର୍ଟ ପିନ୍ଧିଥିବା ବେଳେ ଓଡିଆ,ହିନ୍ଦୀ ଏବଂ ଇଂରାଜୀ ଭାଷା କହି ପାରନ୍ତି। ଯଦି କୈାଣସି ସହୃଦୟ ବ୍ୟକ୍ତି ତାଙ୍କର ପରିଚୟ ପାଆନ୍ତି ତାହାହେଲେ ଭଦ୍ରକ ଟାଉନଥାନାକୁ ସୂଚନା ଦେବାକୁ ଶ୍ରୀ ମହାନ୍ତିଙ୍କ ପୁତ୍ର ଅଂଶୁମାନ ମହାନ୍ତି ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *