ଜଗତସିଂହପୁର

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ

ତିର୍ତ୍ତୋଲ ୧୧/୦୨- – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାତରେ ଥିବ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଛି। ସଂଘର ବୈଠକ ଏହି ପଞ୍ଚାୟତ ଅଧିନସ୍ଥ ସୁଜାଉଦ୍ଦିନନଗରପାଟଣା ଠାରେ ଥିବା ମା’ ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ମଣିଜଙ୍ଗା ଗ୍ରାମପଞ୍ଚାୟତ ଅବସରପ୍ରାପ୍ତ କର୍ମଚାରୀ ସଂଘ ନାମରେ ଗଢିଉଠିଥିବା ଏହି ସଂଘରେ ୬୦ରୁ ଉର୍ଦ୍ଦ ସଭ୍ୟ ରହିଛନ୍ତି। ଆଗାମୀ ଦିନରେ ସଂଘ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମାଜିକ, ସେବାମୂଳକ କାର୍ଯ୍ୟ ଓ ସଚେତନାତା ମୂଳକ କାର୍ଯ୍ୟକ୍ରମ ହେବବୋଲି ସଂଘ ବୈଠକରେ ସ୍ଥିର କରାଯାଇଥିଲା। ଏଥିରେ ଶିକ୍ଷାବିତ୍ ମହେଶ୍ୱର ଦାସ, ଦିନବନ୍ଧୁ ବେହେରା, ଅଭୟ କୁମାର ସ୍ୱାଇଁ, ଅକ୍ଷୟ କୁମାର ସାହୁ, କୃଷ୍ଣଚନ୍ଦ୍ର ସାହୁ, କେଶବ ସାହୁ ଓ ଟହଲି ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top