ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ଉତ୍ସବ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବାବା ବିଲ ଗୋରେଖନାଥ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସ୍ୱନକ୍ଷେତ୍ର ବାର୍ଷିକ ଉତ୍ସବ ବାଲିପାଟଣା ସ୍ଥିତ ବାବା ବିଲଗୋରେଖନାଥ ପ୍ରାଙ୍ଗଣରେ କ୍ଷୀରୋଦ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ତିର୍ତ୍ତୋଲ ଜିଲ୍ଲାପରିଦର୍ଶକ ମନମୋହନ କାନୁନଗୋ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅରୁଣ କୁମାର ପଣ୍ଡା ଯୋଗଦେଇଥିଲେ। ସଂଘର ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଅଲେଖ ଚରଣ ବାରିକ ବାର୍ଷିକ ଆୟ ବ୍ୟୟର ସମୀକ୍ଷା କରିଥିଲେ। ଉପସଭାପତି ଝୁଲରାମ ଦାସ ଅତିଥିପରିଚୟ ପ୍ରଦାନ କରିଥିଳେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପଣ୍ଡା ସଂଘର ବିଭିନ୍ନ ଜନ ହିତକାରୀ କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପଞ୍ଚାୟତର ଶିକ୍ଷାବିତ୍ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜଗତସିଂହପୁର ଅଧ୍ୟକ୍ଷ ରବି ପ୍ରସନ୍ନ ସାହୁ ଓ ଠାକୁରାଣୀ ପାଟଣା ଗ୍ରାମର ସମାଜସେବୀ ବାବାଜି ଚରଣ ସାହୁଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସହ-ସମ୍ପାଦକ ଶାରଦା ପ୍ରସାଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ପଞ୍ଚାୟତ ର ପ୍ରାୟ ୭୦ ଜଣ ସଭ୍ୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ପ୍ରଭାତ କୁମାର ଦାସ, ନାରାୟଣ ପରିଜା, ଭଗବାନ ପାଳ, ଗୁରୁଚରଣ ଦାସ, ରାଘବା ନନ୍ଦ ଦାସ, ପ୍ରରେତ କୁମାର ପୃଷ୍ଟି, ଦେବ ପ୍ରସନ୍ନ ସାହୁ, ପ୍ରାଣ କୃଷ୍ଣ ବାରିକ, ଜୟନ୍ତ ମହାନ୍ତି, ଅନାମ ଚରଣ ମଲ୍ଲିକ, ଅଜୟ କୁମାର ଦାସ, ଶରତ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର କୁମାର ପଣ୍ଡା, ଶୁକଦେବ ରାଉତ, ସମରେନ୍ଦ୍ର ନାୟକ, ସୁରେନ୍ଦ୍ର କୁମାର ବେହେରା, ପ୍ରତାପ ଚନ୍ଦ୍ର ସ୍ୱାଇଁ, ଅନାଦି ଚରଣ ସାହୁ ଓ ବନମାଳି ମହାପାତ୍ର, ପ୍ରସନ୍ନ କୁମାର ଲେଙ୍କା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *