ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ଚାରାରୋପଣ

ପୁରୀ, ୮/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅବସରପ୍ରାପ୍ତ ଓଡିଶା ସେବା ଅଧିକାରୀ ସଂଘ ଓ ଗ୍ରାମବାସୀଙ୍କ ସହଭାଗିତାରେ ସାତପଡା ବଳଭଦ୍ରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ହୋଇଛି। ସଂଘ ସଭାପତି ଉଲ୍ଲାସ ବେହେରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ଉପସଭାପତି ଲୋକନାଥ ମହାନ୍ତି, ସାଧାରଣ ସମ୍ପାଦକ ଲମ୍ବୋଦର ସାହୁ, ସଭ୍ୟ ଗୋକୁଳନନ୍ଦ ମହାନ୍ତି, ପ୍ରସନ୍ନ କୁମାର ହୋତା, ଶୁଭ୍ରାଂଶୁ କୁମାର ପଟ୍ନଟନାୟକ, ଯୁଗଳ କିଶୋର କାନୁନ୍ଗୋ, ଜିଲ୍ଲା ପ୍ରକଳ୍ପ ସୌନ୍ଦର୍ଯ୍ୟମଞ୍ଜରୀ ଦାଶ, କୃଷ୍ଣପ୍ରସାଦ ବ୍ଲକ ଶିକ୍ଷାଧିକାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସେନ୍, ଶିକ୍ଷା ବିକାଶ ସମିତି ସଭାପତି, ସଭ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସମସ୍ତେ ବିଦ୍ୟାଳୟ ହତାରେ ମିଳିମିଶି ନଡିଆ, ଗୁଆ, ଲେମ୍ବୁ, ଦେବଦାରୁ ଓ ଫୁଲଗଛ ଚାରା ରୋପଣ କରାଯାଇଥିଲା। ପରେ ‘ଆମ ଗାଁ ଆମ ସ୍ୱାସ୍ଥ୍ୟ, ପରିମଳ ପରିବେଶ’ ଶୀର୍ଷକ କାର୍ଯ୍ୟକ୍ରମ ଏବଂ ଅପରାହ୍ନରେ ‘ସ୍ୱଚ୍ଛ ଭାରତ ଓ ପରିବେଶ’ ଶୀର୍ଷକ ବକ୍ତୃତା ପ୍ରତିଯୋଗୀତା ହୋଇଥିଲା। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସଂଘର ସଭ୍ୟ ଜୟଦେବ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା ସହଂ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *